ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩ ଅଲଟ୍ରା, ଗାଲାକ୍ସି ଏସ୍‌୨୩ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୨୩ ଭଳି ମଡେଲ ସାମିଲ ରହିଛି। ଏପରିକି ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରାରେ ଗ୍ରାହକ ୨୦୦ଏମ୍‌ପି କ୍ୟାମେରା ସହ ୧୦୦ ଏକ୍ସ ଜୁମ୍‌ ଏବଂ ବର୍ଦ୍ଧିତ ନାଇଟୋଗ୍ରାଫି ଭଳି ବିଶେଷ କ୍ଷମତା ଲାଭ କରିପାରିବେ। ସେହିଭଳି ପାଓ୍ବାରଫୁଲ ଜୁମ୍‌ ଫିଚରକୁ ବ୍ୟବହାରକରି ମୁମ୍ବାଇର ସ୍କାଏ ଲାଇଟ ଫଟୋ ଉଠାଇବା ପାଇଁ ମଧ୍ୟ ଗ୍ରାହକଙ୍କୁ ଆବଶ୍ୟକ ସୁବିଧା ଦିଆଯାଇଛି। ଏ ସମ୍ପର୍କରେ ରିଲାଏନ୍ସ ଡିଜିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ ବେଡ୍‌ କହିଛନ୍ତି, ସାମ୍‌ସଙ୍ଗ୍‌ ସହ ବାଣିଜି୍ୟକ ସହଯୋଗିତାରେ ସାମିଲ ହୋଇ ଆମେ ବହୁତ ଖୁସି ଅଛୁ। ଏପରିକି ଗାଲାକ୍ସି ଏସ୍‌ ୨୩ ସିରିଜରେ ସଦ୍ୟତମ ଟେକ୍ନୋଲୋଜି ସୁବିଧା ଭାରତୀୟ ଗ୍ରାହକଙ୍କ ପାଇଁ ଘୋଷଣାକରି ଅତ୍ୟନ୍ତ ଖୁସି। କେବଳ ଫଟୋଗ୍ରାଫି ପ୍ରେମୀ ନୁହନ୍ତି ଗେମ୍‌ ପ୍ରେମୀମାନେ ମଧ୍ୟ ଏହାର ଆମୋଲେଡ ଡିସ୍‌ପ୍ଲେ, ଅଲ୍‌ଟ୍ରା ଫାଷ୍ଟ ମୋବାଇଲ ଗ୍ରାଫିକ୍ସ, ୨୪୦ ଏଚ୍‌ଜେଡ଼୍‌ ଟଚ୍‌ ଫିଚର ଲାଭ କରିପାରିବେ। ଏହି ସିରିଜ୍‌ ପାଇଁ ରିଲାଏନ୍ସ ଡିଜିଟାଲ ପ୍ରି-ବୁକିଂ ଅଫ୍‌ର ସମ୍ପର୍କରେ ଘୋଷଣା କରିଛି। ଗାଲାକ୍ସି ଏସ୍‌ ୨୩ ଏବଂ ଏସ୍‌ ୨୩ ପ୍ଲସ୍‌ ଗ୍ରାହକ ଗାଲାକ୍ସି ଓ୍ବାଚ୍‌ ୪ ବ୍ଲୁଟୁଥ୍‌ ୨୯୯୯ ଟଙ୍କାରେ ପାଇପାରିବେ। ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରା ଗ୍ରାହକମାନେ ଓ୍ବାଚ୍‌ ୪ କ୍ଲାସିକ ଏଲ୍‌ଟିଆଇ ଆଣ୍ଡ ଗାଲାକ୍ସି ବଡ୍‌ସ୨ ମାତ୍ର ୪,୯୯୯ ଟଙ୍କାରେ ପାଇପାରିବେ। ସବୁ ଭାଇବ୍ରାଣ୍ଟ ଗ୍ରାହକଙ୍କୁ ସାମ୍‌ସଙ୍ଗ୍‌ ଅପ୍‌ଗ୍ରେଡ୍‌ ପ୍ଲସ୍‌ରେ ୮ ହଜାର ଟଙ୍କା ଯାଏ ଏବଂ ସାମ୍‌ସଙ୍ଗ୍‌ ଏକ୍ସିସ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ କ୍ୟାଶ୍‌ବ୍ୟାକ୍‌ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

ଲେବଲକ୍ରସିଂ ପାର୍‌ ବେଳେ ଧକ୍କା ଦେଲା ଟ୍ରେନ୍‌, ଆଉ ତା’ପରେ ଯାହା ଘଟିଲା…

ଭଦ୍ରକ,୭।୬(ସନାତନ ରାଉତ): ଭଦ୍ରକ-ଧାମରା ରେଳପଥର ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ରାସ୍ତା ଲେବଲକ୍ରସିଂ ନିକଟରେ ରବିବାର ଏକ ଟ୍ରେନ ଧକ୍କାରେ ଜଣେ ବାଇକ୍‌ ଆରୋହୀ…

ଋଣ ଆଦାୟ ଟଙ୍କା ଆତ୍ମସାତ ଅଭିଯୋଗ, ଫାଇନାନ୍ସ କର୍ମଚାରୀ ଗିରଫ

ବଞ୍ଚୋ/ଆନନ୍ଦପୁର/ହାଟଡିହୀ,୭ା୬(ପ୍ରଦୋଷ କୁମାର/ବିଶ୍ୱାଳସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ ): ଋଣଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ଇଏମଆଇ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଘସିପୁରା ପୋଲିସ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ…

ଘରେ କେହି ନଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର, ସହଯୋଗ କରିଥିଲେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଅଭାବନୀୟ ଘଟଣା ଦେଖାଯାଇଛି । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri