ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ ହେଉଛି

କେନ୍ଦ୍ରାପଡ଼ା,୨୯ା୧୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗରସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକାରେ ବହିରାଗତ ପକ୍ଷୀଙ୍କ ସମାବେଶ ହୋଇଛି। ଆସନ୍ତା ୬ ତାରିଖଠାରୁ ଏହି ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହେବ। ଏହା ପୂର୍ବରୁ ରାଜନଗର ବ୍ଲକ ଅଞ୍ଚଳରେ କେତେକ କାଉ ମରୁଥିବା ସ୍ଥାନୀୟ ଅଞ୍ଚଳରେ ସୂଚନା ମିଳିଛି। ବହିରାଗତ ପକ୍ଷୀ ବାର୍ଡ ଫ୍ଲୁ ରୋଗର ବାହକ ହୋଇଥିବାରୁ ରାଜନଗର ବନ ବିଭାଗ ଓ ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଭିତରକନିକା ଅଞ୍ଚଳ ଓ ଜିଲାର ଅନ୍ୟ ଅଞ୍ଚଳର କୁକୁଡ଼ା ଫାର୍ମ, ଗୃହ ପାଳିତ ପକ୍ଷୀଙ୍କ ମଳ ଓ ରକ୍ତ ନମୁନା ସଂଗ୍ରହ ହେଉଛି। ସେହିପରି ପ୍ରାଣୀଧନ ବିଭାଗ ପକ୍ଷରୁ ଜିଲାର ୯ ବ୍ଲକ ଅଞ୍ଚଳରେ ର଼୍ୟାପିଡ ରେସପନ୍ସ ଟିମ୍‌ ସହ କୁକୁଡ଼ା ଫାର୍ମ ମାଲିକଙ୍କୁ ଅସୁସ୍ଥ ଚିଅଁା ସମ୍ପର୍କରେ ଜାଣିବା ପାଇଁ ତାଲିମ ପ୍ରଦାନ ପ୍ରସ୍ତୁତି ଆରମ୍ଭ କରାଯାଇଛି। କୁଆ, ବତକ, ବିଦେଶାଗତ ପାରା, କୁକୁଡ଼ା ଆଦି ପକ୍ଷୀ ବାର୍ଡ ଫ୍ଲୁର ବାହକ ହୋଇଥିବା ବେଳେ ଲକ୍ଷଣ ଦେଖିଲେ ୪୮ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ ବୋଲି ସିଡିଭିଓ ଡା. ଦୀପ୍ତି ମହାପାତ୍ର ଓ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ଓ ଡା. ମିଶ୍ରଙ୍କୁ ପଚାରିବାରେ ବାର୍ଡ ପ୍ଲୁ ପାଇଁ ଏଚ୍‌ ୫ ଏନ୍‌ ୧ ଭୂତାଣୁ ଦାୟୀ। ଏହି ରୋଗ ସଂକ୍ରମିତ ହେଲେ ବହୁ ପକ୍ଷୀଙ୍କ ମୃତ୍ୟୁ ହୁଏ। ପକ୍ଷୀଙ୍କ ସହ ମିଳାମିଶା କରୁଥିବା ଲୋକେ ଏଥିରେ ସଂକ୍ରମିତ ହେବା ବହୁବାର ଦେଖିବାକୁ ମିଳିଛି। ସଂକ୍ରମିତ ରୋଗ ପାଇଁ କୁକୁଡ଼ା ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ସେହିପରି କଞ୍ଚା ଅଥବା ଦରସିଝା ଅଣ୍ଡା ଏହି ସମୟରେ ଆଦୌ ବ୍ୟବହାର କରିବା ଉଚିତ ନୁହେଁ। ବାର୍ଡ ଫ୍ଲୁରେ ସଂକ୍ରମିତ ପ୍ରଥମ ମଣିଷ ୧୯୯୭ ମସିହାରେ ହଂକଂରେ ଚିହ୍ନଟ ହୋଇଥିଲା। ସେହିବର୍ଷ ପ୍ରାୟ ୬୦ ପ୍ରତିଶତ ଗୃହପାଳିତ ପକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ସଂକ୍ରମିତ ପକ୍ଷୀଙ୍କ ମଳ, ଲାଳ, ଆଖିରୁ ନିଗୁଡ଼ୁଥିବା ପାଣି ଏହି ଭୂତାଣୁର ବାହକ ହୋଇଥାନ୍ତି। ବିଶେଷକରି ବିଦେଶାଗତ ପକ୍ଷୀଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥାଏ। କଫ, ତରଳ ଝାଡ଼ା, ଜ୍ୱର, ଶ୍ୱାସ ନେବାରେ କଷ୍ଟ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଗଳା ଖସ୍‌ଖସ୍‌ ହେବା, ନାକରୁ ଅନବରତ ପାଣି ଗଡ଼ିବା ଆଦି ଏହି ରୋଗର ପ୍ରାଥମିକ ଲକ୍ଷଣ। ଲକ୍ଷଣ ଦେଖା ହେବାର ୪୮ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ଏଡିଏମ୍‌ଓ ଡା. ମିଶ୍ର କହିଛନ୍ତି। ସେହିପରି ଏ ସମ୍ପର୍କରେ ସିଡିଭିଓ ଡା. ମହାପାତ୍ରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ର଼୍ୟାପିଡ ରେସପନ୍ସ ଟିମ୍‌ ଗଠନ କରାଯାଇଛି। ଏଥିରେ ଜଣେ ଭିଏଏସ୍‌, ଜଣେ ଏଲ୍‌ଆଇ, ସ୍ଥାନୀୟ ଜିଲା ପରିଷଦ ସଭ୍ୟ ଓ ସାମାଜିକ କର୍ମୀଙ୍କୁ ସାମିଲ କରାଯାଇଛି। ଏହି ଟିମ୍‌ କୁକୁଡ଼ା ଫାର୍ମ ମାଲିକମାନଙ୍କୁ ଏ ସମ୍ପର୍କରେ ତାଲିମ ପ୍ରଦାନ କରିବ। ଏଥିସହ ଭିତରକନିକା ସମେତ ଜିଲାର ଅନ୍ୟ ସ୍ଥାନରେ ପକ୍ଷୀଙ୍କ ମଳ ଓ ରକ୍ତର ନମୁନା ସଂଗ୍ରହ କରାଯାଇ କଟକସ୍ଥ ଏଡିଆର୍‌ଆଇ (ଆନିମଲ ଡିଜିଜ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ)କୁ ପଠାଯିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଅସୁସ୍ଥ ପକ୍ଷୀଙ୍କୁ ଚିହ୍ନଟ କରିବାକୁ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଅଦ୍ୟାବଧି କୌଣସି ପକ୍ଷୀ ଏହି ରୋଗରେ ଶିକାର କି ଚିହ୍ନଟ ହୋଇ ନ ଥିବା ସିଡିଭିଓ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri