ଘରୋଇ ଶିକ୍ଷାନୁଷ୍ଠାନରେ ୧୭ କର୍ମଚାରୀ ପଜିଟିଭ ଘଟଣା: ଷ୍ଟ୍ରେନ ଜାଣିବାକୁ ସାମ୍ପୁଲ ସଂଗ୍ରହ କରାଯାଉ

କଟକ ଅଫିସ, ୨୦।୩: କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ବାହାର ରାଜ୍ୟରୁ ଲୋକ ଆସୁଥିବାରୁ ନୂଆ ଷ୍ଟ୍ରେନ ଆଶଙ୍କା କରାଯାଉଛି । ଷ୍ଟ୍ରେନ ସମ୍ପର୍କରେ ଜାଣିବାକୁ ୧୭ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇଛି । ଏସ୍‌ସିବି ମାଇକ୍ରୋ ବାୟୋଲୋଜି ବିଭାଗ ଦ୍ୱାରା ସାମ୍ପୁଲ ସଂଗ୍ରହ କରାଯାଇଛି । ସଂଗୃହୀତ ସାମ୍ପଲକୁ ଭୁବନେଶ୍ୱରସ୍ଥିତ ଆରଏମ୍‌ଆରସିକୁ ପଠାଯିବ । ଆକ୍ରାନ୍ତଙ୍କ ଷ୍ଟ୍ରେନ ଜାଣିବା ଲାଗି ଆର୍‌ଏମ୍‌ଆରସିକୁ ସାମ୍ପୁଲ ପଠାଯିବ । ଏ ନେଇ ସିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।