ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ କଳଯମୁନା ଗ୍ରାମର ଚୌଦିରି ମାଳିଙ୍କ ଝିଅ ପୁଷ୍ପା ମାଳୀଙ୍କ ବିବାହ ନିମନ୍ତେ ସମିତି ସଭ୍ୟ ଧ୍ରୁବ ନିଜ ଦରମାରୁ ଆର୍ଥିକ ସହାୟତା ପ୍ରଦାନ କରି ଚର୍ଚ୍ଚାରେ ଅଛନ୍ତି। ଏଥିସହ ଉକ୍ତ ପଞ୍ଚାୟତ ବଳଦିଆୀହ ଗ୍ରାମର ନେତ୍ର ଦାସଙ୍କ ଦେହାନ୍ତ ଖବରପାଇ ନିଜସ୍ବ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସମିତି ସଭ୍ୟ ଧ୍ରୁବ । ସହାୟତା ପ୍ରଦାନ ବେଳେ ଗ୍ରାମବାସୀ ଉପସ୍ଥିତ ଥିଲେ । ଭାଜପା ହୁମା ମଣ୍ଡଳ ସଭାପତି ତଥା ସମିତି ସଭ୍ୟ ଧ୍ରୁବଙ୍କ ଏହି ମହାନତା ପାଇଁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ନିର୍ବାଚିତ ପରଠାରୁ ସବୁବେଳେ ନିଜ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଲଢ଼ି ଆସିଛନ୍ତି । ହୁମା ଗଳା ଶଙ୍ଖଠାରେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଜମି ରହୁଥିଲା । ସମିତି ସଭ୍ୟ ଧ୍ରୁବଙ୍କ ପ୍ରଚେଷ୍ଟାରେ ଜେସିବି ସାହାର୍ଯ୍ୟରେ ନାଳ ଖୋଳାଯାଇ ଉକ୍ତ ବର୍ଷା ଜଳ ନିଷ୍କାସିତ କରାଯାଇଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ସମିତି ସଭ୍ୟ ଧ୍ରୁବଙ୍କୁ ସାଧୁବାଦ ଜଣାଇଥିଲେ ।

Odisha’s No.1 Odia Daily

Share