ହ୍ବାଇଟ୍‌ ହାଉସ୍‌ରେ ସମୀରା

ଓ୍ବାଶିଂଟନ୍‌, ୧୭ା୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସମୀରା ଫେଜିଲି। ଭାରତୀୟ-ଆମେରିକୀୟ କମ୍ୟୁନିଟି ଏବଂ ଅର୍ଥନୈତିକ ବିକାଶ ବିଶେଷଜ୍ଞ ସମୀରାଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଜାତୀୟ ଅର୍ଥନୈତିକ ପରିଷଦର ଡେପୁଟି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ପରିଷଦ ଅର୍ଥନୈତିକ ନୀତି ପ୍ରସ୍ତୁତ ପ୍ରକ୍ରିୟାରେ ଜଡ଼ିତ ଥାଏ ଏବଂ ଆମେରିକା ରାଷ୍ଟ୍ରପତିଙ୍କୁ ପରାମର୍ଶ ମଧ୍ୟ ଦେଇଥାଏ। କଶ୍ମୀରରେ ଜନ୍ମିତ ସମୀରା ପୂର୍ବରୁ ଫେଡେରାଲ ରିଜର୍ଭ ବ୍ୟାଙ୍କ ଅଫ୍‌ ଆଟଲାଣ୍ଟାର ଆର୍ଥିକ ବିକାଶ ଓ କମ୍ୟୁନିଟି ନିର୍ଦ୍ଦେଶକ ରହିଥିଲେ। ଗତ ଡିସେମ୍ବରରେ ଭାରତୀୟ ବଂଶୋଦ୍ଭବ ଆୟେଶା ଶାହାଙ୍କୁ ହ୍ବାଇଟ୍‌ ହାଉସରେ ସ୍ଥାନିତ କରାଯାଇଛି।

Share