Posted inଖେଳ

ଘରକୁ ଫେରିବା ନେଇ ଚିନ୍ତା ବ୍ୟକ୍ତ କଲେ ସାମି

କୋଲକାତା,୫।୩: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଚଳାଚଳ ନେଇ କଟକଣା ଜାରି ରହିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ୪ରୁ ୫ ଦିନ ହେଲା ଭାରତରେ ଫସି ରହିଛି। ଏହାକୁ ନେଇ ଦଳର ମୁଖ୍ୟ କୋଚ୍‌ ଡାରେନ ସାମି ଗୁରୁବାର ସୋସିଆଲ ମିଡିଆ ଜରିଆରେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଗତ ରବିବାର ସୁପର-୮ ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇ ଚଳିତ ଟି୨୦ ବିଶ୍ୱକପ୍‌ରୁ ବିଦାୟ ନେଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ଦଳ ବିମାନ ଚଳାଚଳରେ କଟକଣା ଯୋଗୁ ସ୍ବଦେଶ ଫେରିପାରୁ ନାହିଁ।

କେବଳ ଘରକୁ ଫେରିବାକୁ ଚାହେଁ। ଅତିକମ୍‌ରେ କିଛି ଅପଡେଟ୍‌ ଦିଅନ୍ତୁ କିମ୍ବା କିଛି ତ କୁହନ୍ତୁ। ଆଜି କି ଆସନ୍ତା କାଲି କିମ୍ବା ଆସନ୍ତା ସପ୍ତାହରେ ଆମେ ଘରକୁ ଯାଇପାରୁ। ୫ ଦିନ ହେଲାଣି’ ବୋଲି ସାମି ଏକ୍ସ’ରେ ପୋଷ୍ଟ କରିଛନ୍ତି। ପରିସ୍ଥିତିକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଅନେକ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି ଆଇପିଏଲ ପାଇଁ ଭାରତରେ ରହିବେ ଏବଂ ଆସନ୍ତା ସପ୍ତାହରେ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେବେ।

ଖେଳାଳିଙ୍କ ଯାତ୍ର ସମ୍ପୂର୍ଣ୍ଣ ରୂପେ ଆଇସିସି ଦ୍ୱାରା କରାଯାଏ। ଓ୍ବେଷ୍ଟଇଣ୍ଡିଜ୍‌ ଦଳର ଯାତ୍ରା ସମ୍ପର୍କରେ ଆମ ପାଖରେ କୌଣସି ତଥ୍ୟ ନାହିଁ ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)ର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ମୃତ୍ୟୁ ନେଲା ନୂଆ ମୋଡ଼: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୫ା୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ…

ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡ ପାଇଁ ୨୫୪ ରନ୍‌ର ବିଶାଳ ଲକ୍ଷ୍ୟ, ରଚିଲା ନୂଆ ବିଶ୍ୱ ରେକର୍ଡ!  

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ର ହାଇଭୋଲଟେଜ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ…

ଭଞ୍ଜନଗରରେ ବଢୁଛି ତାତି, ଘୁମୁସର ବନଖଣ୍ଡର ୩ ଜଙ୍ଗଲରେ ନିଆଁ; ବଢିଲା ବନ ବିଭାଗର ଚିନ୍ତା

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ୩ ଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିଲା। ସେଗୁଡିକ ହେଲା ଭଞ୍ଜନଗର ସହର ଗାନ୍ଧୀ…

ସାମସନଙ୍କ କମାଲ: ଓ୍ବେଷ୍ଟଇଣ୍ଡିଜ ପରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚା, ଏବେ ଟାର୍ଗେଟ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ସେମିଫାଇନାଲରେ ପୁଣି ଥରେ ଚମକିଛନ୍ତି ସଞ୍ଜୁ ସାମସନ। ପୂର୍ବ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ…

ଆଫଗାନିସ୍ତାନ କ୍ରିକେଟ ବୋର୍ଡର ବଡ଼ ଘୋଷଣା: ଇବ୍ରାହିମ ହେଲେ ଅଧିନାୟନ

ନୂଆଦିଲ୍ଲୀ,୫।୩: ଓପନିଂ ବ୍ୟାଟର ଇବ୍ରାହିମ ଜଦ୍ରାନଙ୍କୁ ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭବେ ନିଯୁକ୍ତ କରାଯାଇଛି। ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଲାଗି ଦଳ ଘୋଷଣା କରାଯିବା…

ଏହି ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା! ଏବେ ATMରୁ ବାହାରିବ ଅଧା କ୍ୟାଶ୍‌, ରାତାରାତି ୫୦% କମାଇଲା ଲିମିଟ୍‌

ନୂଆଦିଲ୍ଲୀ,୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏହାର ପ୍ରିମିୟମ୍‌ ଡେବିଟ୍‌ କାର୍ଡଗୁଡ଼ିକ ପାଇଁ ଦୈନିକ ATM ନଗଦ…

India vs England Semifinal: ଓ୍ବାଙ୍ଖଡେରେ ମହାଲଢ଼େଇ; ଟସ୍‌ ହାରିଲେ ସୂର୍ଯ୍ୟକୁମାର, ପ୍ରଥମେ ବ୍ୟାଟିଂ କରିବ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ…

ଟେନିସ ଖେଳାଳି ସାବାଲେଙ୍କା-ଫ୍ରାଙ୍ଗୁଲିସ୍‌ଙ୍କ ନିର୍ୱନ୍ଧ ସମ୍ପନ୍ନ

ଇଣ୍ଡିଆନ ଓ୍ୱେଲ୍ସ,୫ା୩: ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେନିସ ଖେଳାଳି ଆରିନା ସାବାଲେଙ୍କା ଘୋଷଣା କରିଛନ୍ତି ଯେ, ତାଙ୍କର ବ୍ରାଜିଲିଆନ ବିଜନେସମ୍ୟାନ ଜର୍ଜିଅସ୍‌ ଫ୍ରାଙ୍ଗୁଲିସ୍‌ଙ୍କ ସହ ନିର୍ୱନ୍ଧ ସମ୍ପନ୍ନ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri