Categories: ଜାତୀୟ

ନବାବଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କଲେ ସମୀର

ମୁମ୍ବାଇ,୧୫।୮: ମୁମ୍ବାଇର ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖେଡେ ଏନସିପି ନେତା ନବାବ ମଲିକଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ମହାରାଷ୍ଟ୍ର ସାମାଜିକ ନ୍ୟାୟ ବିଭାଗର ମୁମ୍ବାଇ ଜିଲା ଜାତି ପ୍ରମାଣପତ୍ର ଯାଞ୍ଚ କମିଟିରୁ ଏକ କ୍ଲିନ୍‌ଚିଟ୍‌ ପାଇବା ପରେ ସେ ଏହି ମାମଲା ରୁଜୁ କରିଛନ୍ତି। ନବାବ ମଲିକଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଅନୁଯାୟୀ ମାମଲା ଦାୟର କରିଛନ୍ତି ସମୀର।
ନବାବ ମଲିକ ମହାରାଷ୍ଟ୍ରରେ ମନ୍ତ୍ରୀ ଥିବାବେଳେ ୱାଙ୍ଖେଡେଙ୍କୁ ଏସସି-ଏସଟିର ନକଲି ଡକ୍ୟୁମେଣ୍ଟ କରି ଚାକିରି ପାଇଥିବା ଅଭିଯୋଗ କରିଥିଲେ। ସେତେବେଳେ ସମୀର ଫିଲ୍ମ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ ମାମଲାର ତଦନ୍ତ କରୁଥିଲେ।

Share