ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ ସମୀରା ନାୟକ । ସମୀର ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ ସତ କିନ୍ତୁ ପାଠ ପଢା ବୟସରେ ମନରେ ଅନେକ ପରିବର୍ତ୍ତନ ଆସିଥିଲା । ବୟସ ବଢିବା ସାଙ୍ଗକୁ ମନ ଓ ଚାଲିଚଳନରେରେ ପରିବର୍ତ୍ତନ ଆସିଥିଲା । ପୁଅ ସାଙ୍ଗଙ୍କ ଅପେକ୍ଷା ଝିଅମାନଙ୍କ ସହିତ ମିଳାମିଶା କରିବାକୁ ଭଲ ଲାଗିଥିଲା । ଆଉ ଯୁବକ ଅବସ୍ଥାରେ ମୁମ୍ବାଇ ଯାଇ ସେ ବ୍ୟୟ ବହୁଳ ଅସ୍ତ୍ରୋପଚାର କରି ନିଜର ଲିଙ୍ଗ ପରିବର୍ତ୍ତନ କରି ବର୍ତ୍ତମାନ ପୁଅରୁ ଝିଅ ହୋଇ ଯାଇଛନ୍ତି ସମୀର ।
ବର୍ତ୍ତମାନ ସେ ଓଡ଼ିଶାର ପ୍ରଥମ ଟ୍ରାନ୍ସ ଓମେନ୍ ଆର୍ଟିଷ୍ଟ ସମୀରା ନାୟକ । ସେ ଏବେ ଖଲ୍ଲିକୋଟ୍ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ରହିଛନ୍ତି ଖଲ୍ଲିକୋଟର ଗୋଟିଏ ଛୋଟିଆ ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ସମୀର ନାୟକ । ବୟସ ବଢିବା ସାଙ୍ଗକୁ ଆଉ ପୁଅ ସାଙ୍ଗଙ୍କ ସହ ମିଳାମିଶା ଭଲ ଲାଗିଲା ନାହିଁ । ଝିଅ ମାନଙ୍କ ସହିତ ମିଶିବା କଥା ହେବାରେ ରୁଚି ବୃଦ୍ଧି ପାଇଥିଲା । ପାଠ ପଢା ସାରିବା ପରେ ସେ ପୁଅ ଶରୀରରେ ନିଜକୁ ବୁଝାମଣା କରି ନପାରି ମୁମ୍ବାଇ ଯାଇ ଲିଙ୍ଗ ପରିବର୍ତ୍ତନ କରିଥିଲେ ।
ଏକଦା ସେହି ମହାବିଦ୍ୟାଳୟରେ ଛାତ୍ର ଭାବେ ପାଠ ପଢୁଥିବା ପୁଅଟିଏ ଆଜି ସେହି କଲେଜରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ବେଶ୍ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି। ଅପର ପକ୍ଷରେ ବର୍ତ୍ତମାନ ସମୀରା ଓଡ଼ିଶାର ପ୍ରଥମ ଟ୍ରାନ୍ସ ଓମେନ୍ ଆର୍ଟିଷ୍ଟ ଭାବରେ ନିଜକୁ ଗର୍ବ ଅନୁଭବ କରନ୍ତି । ଆଗକୁ ଯାଇ ଚିତ୍ର କଳା କ୍ଷେତ୍ରରେ ଓଡିଶାର ଟେକ ରଖିବାକୁ ଲକ୍ଷ ରଖିଛନ୍ତି ସମୀରା ।

