ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଇ-ଲଟେରିରେ ମିଳିବ ବାଲି, ପଥର ଖଣି

ଭୁବନେଶ୍ୱର,୩।୨(ସୁନିତ୍‌ ମିଶ୍ର):ରାଜ୍ୟରେ ବାଲି, ଗୋଡି, ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ନୂଆ ବାଟ ତିଆରି କରିଛନ୍ତି। ଏହି ସମସ୍ତ ଖଣିଜ ସମ୍ପଦ ଉପରେ ଦୀର୍ଘବର୍ଷ ଧରି ରହିଥିବା ଏକଚାଟିଆ କୃତ୍ରିମ ଦରବୃଦ୍ଧିରେ ବ୍ରେକ୍‌ ଲଗାଇବାକୁ ରାଜ୍ୟ ସରକାର ଓଡ଼ିଶା ଲଘୁ ଖଣିଜ ରିହାତି(ସଂଶୋଧନ) ନିୟମ-୨୦୨୫ ଗାଇଡ୍‌ଲାଇନ ପ୍ରଣୟନ କରିଛନ୍ତି। ଏହି ସଂଶୋଧିତ ନିୟମ ମାଧ୍ୟମରେ ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଲିଜ୍‌ ପାଇଁ ଖୋଲା ଟେଣ୍ଡର ପରିବର୍ତ୍ତେ ଇ-ଲଟେରି ବ୍ୟବସ୍ଥା, ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ ସହିତ ଜଣେ ବ୍ୟକ୍ତି ବା ପରିବାର ପାଇଁ ଲିଜ୍‌ ସୀମା ଧାର୍ଯ୍ୟ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସୋମବାର ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ନୂଆ ବିଜ୍ଞପ୍ତି ଅନୁଯାୟୀ, ଏକଚାଟିଆ କାରବାର କିମ୍ବା କାର୍ଟେଲାଇଜେଶନ ରୋକିବା ସକାଶେ ସରକାର ଇ-ଲଟେରି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲଘୁ ଖଣିଜ ସମ୍ପଦର ଲିଜ୍‌ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରି ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ। ଆବେଦନକାରୀଙ୍କୁ ଏମ୍‌ଏସଟିସି ପୋର୍ଟାଲରେ ଫର୍ମ-ସିରେ ଅନ୍‌ଲାଇନରେ ଆବେଦନ କରିବାକୁ ପଡ଼ିବ। ୧୦ ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି ଜମା ସହିତ ୧୦ ପ୍ରତିଶତ ଅମାନତ ରାଶି ଜମା କରିବାକୁ ପଡ଼ିବ। ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ। ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଞ୍ଚ ପାଇଁ ଏକ ଜିଲାସ୍ତରୀୟ ଟେକ୍ନିକାଲ ଯାଞ୍ଚ କମିଟି ଗଠନ କରାଯାଇଛି। ଯେଉଁମାନେ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ସେମାନଙ୍କ ପରିବାରର ପୂର୍ବ ରେକର୍ଡକୁ ଆଇଏମଏସ୍‌ ଡାଟାବେସ ସହ ମିଳାଇ ଦେଖିବେ, ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ହେବାକୁ ଥିବାରୁ ଏଥିରେ ହେରଫେର ହୋଇପାରିବ ନାହିଁ ବୋଲି ସରକାର ଆଶା ରଖିଛନ୍ତି। ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍‌ ପାଇଛନ୍ତି ସେମାନେ ମଧ୍ୟ ଚାହିଁଲେ ନିୟମାନୁଯାୟୀ ସାମିଲ ହେଇପାରିବେ।
ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ସକାଶେ ସରକାର ପ୍ରଥମ କରି ସର୍ବାଧିକ ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଲିଜ୍‌ଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କଠାରୁ ନେଇପାରିବେ ନାହିଁ। ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହିତ କେବଳ ୧୫% ଲାଭ ରହିବ। ଏହାସହ ଲଘୁ ଖଣିଜ ପାଇଁ ଅତିରିକ୍ତ ଚାର୍ଜ ଏବେ ରୟାଲିଟିର ଠିକ୍‌ ଦୁଇଗୁଣା ହେବ। ଏହା ଆଉ ପୂର୍ବଭଳି ନିଲାମ ଡାକ ଉପରେ ନିର୍ଭର କରିବ ନାହିଁ ବରଂ ଏହା ଏକ ସ୍ଥିର ସରକାରୀ ଦେୟ ଭାବେ ଗଣତି ହେବ। ସମସ୍ତ ଖଣି ଅଞ୍ଚଳକୁ ଜିଓଃଫେନ୍ସିଂ କରାଯାଇ ସାଟେଲାଇଟ୍‌ ମାଧ୍ୟମରେ ବେଆଇନ ଖନନ ଉପରେ ନଜର ରଖାଯିବ। ଲିଜଧାରୀମାନେ ପ୍ରତ୍ୟେକ ୩ ମାସରେ ଥରେ ଅଗ୍ରିମ ଭାବେ ରୟାଲିଟି ଓ ଅତିରିକ୍ତ ଖର୍ଚ୍ଚ ପୈଠ କରିବାକୁ ପଡ଼ିବ। ଯଦି କୌଣସି ଦେୟ ବାକି ରହେ ତେବେ ବାର୍ଷିକ ୨୪ ପ୍ରତିଶତ ସୁଧ ହାରରେ ଜରିମାନା ଆଦାୟ କରାଯିବ। ଯଦି କୌଣସି ଲିଜ୍‌ଧାରୀ ପ୍ରଥମ ଥର ଲାଗି ଖିଲାପ କରନ୍ତି ତେବେ ୫୦ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର କଲେ ଲିଜ୍‌ ରଦ୍ଦ ହେବ ଓ ସେମାନଙ୍କୁ କଳାତାଲିକାଭୁକ୍ତ କରାଯିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲାପାଳ ଏବଂ ଖଣି ବିଭାଗର ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?