୨ ଦିନରେ ୧୭୭ ଆତଙ୍କବାଦୀ ନିହତ

ଇସ୍‌ଲାମାବାଦ,୩ା୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୋଚ ଆତଙ୍କବାଦୀ ଏବଂ ପାକିସ୍ତାନ ସେନା ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ମଧ୍ୟ କିଛି ଇଲାକାରେ ଜାରି ରହିଛି। ଇତିମଧ୍ୟରେ ପାକ୍‌ ସେନା ଗୁଳିରେ ଆଉ ୨୨ ବେଲୋଚ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୭୭ ଆତଙ୍କବାଦୀ ନିହତ ହୋଇଥିବା ପାକ୍‌ ସେନାର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ୩୦ରୁ ଅଧିକ ପାକ୍‌ ସେନାଧିକାରୀଙ୍କ ମୃତ୍ୟୁ ହୋଇସାରିଛି। ଶୁକ୍ରବାର ରାତିରୁ ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ପକ୍ଷରୁ ବେଲୁଚିସ୍ତାନ ପ୍ରଦେଶର ବିଭିନ୍ନ ଜିଲାରେ ସଂଗଠିତ ଆକ୍ରମଣ କରାଯାଇଥିଲା। ପାକିସ୍ତାନର ସରକାରୀ ସଂସ୍ଥାନ, ପୋଲିସ ଏବଂ ସେନା କାର୍ଯ୍ୟାଳୟ ଉପରେ ବହୁ ଆତ୍ମଘାତୀ ଆକ୍ରମଣ ହୋଇ ୨୦ରୁ ଅଧିକ ପାକ୍‌ ଅଧିକାରୀ ପ୍ରାଣ ହରାଇଥିଲା ବେଳେ ୪୫ରୁ ଅଧିକ ଆତଙ୍କବାଦୀଙ୍କୁ ପାକ୍‌ ସେନା ହତ୍ୟା କରିଥିଲା। ଏହାପରେ ବିଭିନ୍ନ ଇଲାକାରେ ସେନା ଖାନତଲାସି କରି ଆତଙ୍କବାଦୀଙ୍କୁ ନିପାତ କରିଚାଲିଛି।

ଆତଙ୍କବାଦୀଙ୍କ ମଧ୍ୟରେ ମହିଳା ଆତ୍ମଘାତୀ

ବିଏଲଏ ଆକ୍ରମଣରେ ବହୁ ମହିଳା ଆତ୍ମଘାତୀ ଆତଙ୍କବାଦୀ ସାମିଲ ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ପ୍ରଥମ ବୋଲି ଜଣାପଡ଼ିଥିଲା ବେଳେ ଦୁଇ ମହିଳା ଆତ୍ମଘାତୀ ଆତଙ୍କବାଦୀ ପାକ୍‌ ସେନା ଉପରେ ଆକ୍ରମଣ କରିବା ପରେ କିଭଳି ଗୁଳିରେ ନିହତ ହେଉଛନ୍ତି ତାହାର ଭିଡିଓ ଭାଇରାଲ ହୋଇଛି। ଗତ ଶନିବାର ପାକିସ୍ତାନ ସେନା ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଦୁଇ ମହିଳା ଆତ୍ମଘାତୀ ବିଦ୍ରୋହୀ ସାମିଲ ଥିଲେ ବୋଲି ବିଏଲଏ ପକ୍ଷରୁ ସେମାନଙ୍କ ଫଟୋ ଜାରି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯(ବନ୍ଦନା ସେଠୀ): ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?