ସିଙ୍ଗାପୁରରେ ସମଲିଙ୍ଗୀ ସମ୍ପର୍କ ବୈଧ

ସିଙ୍ଗାପୁର,୩୦।୧୧: ସିଙ୍ଗାପୁରରେ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ଅପରାଧୀକରଣ କରିଥିବା ଆଇନକୁ ମଙ୍ଗଳବାର ଦେଶର ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ରଦ୍ଦ ସପକ୍ଷରେ ୯୩ ସଦସ୍ୟ ଭୋଟ ଦେଇଥିବାବେଳେ ୩ ଜଣ ବିରୋଧ କରିଥିଲେ। ଏହି ଉପନିବେଶ ଶାସନ ସମୟର ଆଇନକୁ ଦୀର୍ଘଦିନ ଧରି ବିରୋଧ କରାଯାଉଥିଲା। ଏହି ଆଇନ ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟ ପ୍ରତି ପକ୍ଷପାତ ଏବଂ ଅପମାନଜନକ ବୋଲି ସମାଲୋଚନା କରାଯାଉଥିଲା। ଆଇନର ଧାରା ୩୭୭ଏ ଅନୁଯାୟୀ ଦୁଇ ଜଣ ପୁରୁଷ ଯୌନ ସମ୍ପର୍କରେ ଲିପ୍ତ ହେଲେ ସେମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଥିଲା। ଉକ୍ତ ଆଇନ ରଦ୍ଦ ହୋଇଥିବାରୁ ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟ ଖୁସିବ୍ୟକ୍ତ କରିଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ପାରମ୍ପରିକ ବିବାହ ସଂଜ୍ଞାକୁ କାଏମ୍‌ ରଖିବା ଲାଗି ପାର୍ଲାମେଣ୍ଟ ସମ୍ବିଧାନରେ ସଂଶୋଧନ କରିଛି।

Share