Posted inଜାତୀୟ

ସମଲିଙ୍ଗୀ ବିବାହକୁ ୩୩ ଦେଶରେ ସ୍ବୀକୃତି

ନୂଆଦିଲ୍ଲୀ,୧୯।୪: ଭାରତରେ ସମଲିଙ୍ଗୀ ବିବାହକୁ ନେଇ ଆଇନଗତ ଲଢେଇ ଜାରି ରହିଥିବା ବେଳେ ବିଶ୍ୱରେ ଏମିତି ଅନେକ ଦେଶ ରହିଛି ଯେଉଁଠି ଏହାକୁ ମାନ୍ୟତା ମିଳିଛି। ସେହି ଦେଶଗୁଡିକ ହେଉଛି କ୍ୟୁବା, ଆଣ୍ଡୋରା, ସ୍ଳୋଭେନିଆ, ଚିଲି, ସୁଇଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇଓ୍ବାନ, ଇକ୍ୱେଡର, ବେଲଜିୟମ, ବ୍ରିଟେନ, ଡେନ୍‌ମାର୍କ, ଫିନ୍‌ଲାାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲାଣ୍ଡ, ଆୟରଲାଣ୍ଡ, ଲକ୍ସେମ୍ବର୍ଶ, ମାଲଟା, ନରଓ୍ବେ, ପର୍ତ୍ତୁଗାଲ, ସ୍ପେନ, ସୁଇଡେନ, ମେକ୍ସିକୋ, ସାଉଥ ଆଫ୍ରିକା, ଆମେରିକା, କୋଲମ୍ବିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଉରୁଗୁଏ।
୨୦୦୧ରେ ନେଦରଲାଣ୍ଡ ପ୍ରଥମ ଦେଶ ହିସାବରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିଥିଲା। ଏସିଆର ପ୍ରଥମ ଦେଶ ଭାବେ ତାଇଓ୍ବାନ ଏହି ଶ୍ରେଣୀରେ ସାମିଲ ହୋଇଛି। ମୋଟ୍‌ ୩୩ରୁ ୨୩ ଦେଶର ସମ୍ବିଧାନ ଆଇନଗତ ଅଧିକାର ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୧୦ ଦେଶର ଅଦାଲତ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଚେକ୍‌ ରିପବ୍ଲିକ, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ସହ ଭାରତ ପଞ୍ଚମ ଦେଶ ଭାବେ ଏହାର ସମୀକ୍ଷା କରୁଛି। ହ୍ୟୁମାନ ରାଇଟ୍‌ କ୍ୟାପେନିଂ ଫାଉଣ୍ଡେସନର ରିପୋର୍ଟ ‘ମ୍ୟାରେଜ ଇକ୍ୱାଲିଟି ଆରାଉଣ୍ଡ ଦ ଓ୍ବାଲର୍‌ଡ’ରୁ ଏହି ତଥ୍ୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri