Categories: ଜାତୀୟ

ସମଲିଙ୍ଗୀ ବିବାହ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ର ବିରୋଧ କରି କହିଛି ଯେ, କୋର୍ଟଙ୍କୁ ଏହା ଉପରେ ଶୁଣାଣି କରିବା ଉଚିତ୍‌ ନୁହେଁ। ଏଥିସହ କୋର୍ଟ ନିଜ ପକ୍ଷରୁ ବିବାହର ଏକ ନୂତନ ଅନୁଷ୍ଠାନ ସୃଷ୍ଟି କରିପାରିବେ ନାହିଁ। ବିବାହକୁ ଆଇନଗତ ମାନ୍ୟତା ଦେବା ସମସ୍ତଙ୍କ ଉପରେ ପ୍ରଭାବ ପକାଇବ। ପ୍ରତ୍ୟେକ ଦିଗକୁ ବିଚାର କରି ଆଇନ ପ୍ରସ୍ତୁତ କରିବା ସଂସଦର କାର୍ଯ୍ୟ ବୋଲି କେନ୍ଦ୍ର କହିଛି।

ସୂଚାଯୋଗ୍ୟ, ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼, ଜଷ୍ଟିଶ ସଞ୍ଜୟ କିଶନ କୌଲ, ଜଷ୍ଟିଶ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟଶ ହିମା କୋହଲି ଏବଂ ଜଷ୍ଟିଶ ପିଏସ ନରସିଂମାଙ୍କ ଦ୍ୱାରା ଏହି ମାମଲାର ଶୁଣାଣି ହେବ।

Share