ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ ବିଧେୟକ ସପକ୍ଷରେ ଭୋଟ ଦେଇଥିବାବେଳେ ଅନ୍ୟ ୧୦ ସଦସ୍ୟ ବିଲ୍‌କୁ ବିରୋଧ କରିଥିଲେ। ୨ ଜଣ ଅନୁପସ୍ଥିତ ଥିବାବେଳେ ୩ ମତଦାନରୁ ବିରତ ରହିଥିଲେ। ଏହି ବିଲ୍‌ ସିନେଟର ଅନୁମୋଦନ ଲାଭ କରି ଆଇନରେ ପରିଣତ ହେଲେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାରେ ଥାଇଲାଣ୍ଡ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ହେବ।

Share