Categories: ଜାତୀୟ

ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥରା କରିଥିଲେ। ଏହାର ବିଚାର କରି ପ୍ରଧାନବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ, ଆମେ କରାଯାଇଥିବା ଆବେଦନ ଅନୁସାରେ ଏହି ମାମଲାକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତରଣ କରିବାର ଅନୁମତି ପ୍ରଦାନ କରୁଛୁ।

ବିବାହ ପାଇଁ ଝିଅଙ୍କ ବୟସ ୧୮ ଥିବାବେଳେ ପୁଅଙ୍କ ବୟସ ୨୧ ବର୍ଷ ରହିଛି। ମାତ୍ର ଏଭଳି ଭେଦଭାବପୂର୍ଣ୍ଣ ନିୟମ ସାମ୍ବିଧାନିକ ଧାରା ୧୪,୧୫ ଏବଂ ୨୧ର ଉଲ୍ଲଂଘନ କରୁଛି। ତେଣୁ ବିବାହ କ୍ଷେତ୍ରରେ ସମାନ ବୟସ ଜାରି କରାଯାଇ ଏହାକୁ ଉଭୟ ଝିଅ ଏବଂ ପୁଅଙ୍କ ପାଇଁ ୨୧ କରାଯାଇ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Share