ସାମ୍‌କୋ ଇଏଲ୍‌ଏସ୍‌ଏସ୍‌ ଟ୍ୟାକ୍ସ ସେଭର ଫଣ୍ଡ

ନୂଆଦିଲ୍ଲୀ,୭।୧୧: ସାମ୍‌କୋ ଇଏଲ୍‌ଏସ୍‌ଏସ୍‌ ଟ୍ୟାକ୍ସ ସେଭର ଫଣ୍ଡ ସମ୍ପତ୍ତି ସୃଷ୍ଟି ନିମନ୍ତେ ଏକ ଚମତ୍କାର ମାର୍ଗ ଭାବରେ ଇଏଲଏସଏସରେ ବାଧ୍ୟତାମୂଳକ ୩-ବର୍ଷ ଲକ୍‌-ଇନ୍‌-ପିରିଅଡ ସହ ଦକ୍ଷ ମିଡ-କ୍ୟାପ ଏବଂ ସ୍ମଲ-କ୍ୟାପ ବ୍ୟବସାୟର ଏକ ପୋର୍ଟଫୋଲିଓ ହେବ। ଆସନ୍ତାକାଲିର ସମ୍ପତ୍ତି ସୃଷ୍ଟିକାରୀ ହେବାକୁ ଉଚ୍ଚତର ସାମର୍ଥ୍ୟ ରଖୁଥିବା ତୃଣମୂଳସ୍ତରରେ ମଜଭୁତ ବ୍ୟବସାୟଗୁଡିକରେ ନିବେଶ ନିମନ୍ତେ ପୁଞ୍ଜିନିବେଶକଙ୍କୁ ସହାୟତା କରିବାକୁ ସାମ୍‌କୋ ଇଏଲଏସଏସ ଟ୍ୟାକ୍ସ ସେଭର ଫଣ୍ଡ ହେକ୍ସା ଶିଲଡ ଫ୍ରେମୱର୍କକୁ ବ୍ୟବହାର କରୁଛି, ଯାହା ଉଚ୍ଚମାନର ଦକ୍ଷ ଷ୍ଟକଗୁଡିକର ଏକ ଦୁନିଆ ବାଛି ପୃଥକ କରିବାକୁ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଏକ ସ୍ବତନ୍ତ୍ର ରଣକୌଶଳ ହୋଇଛି। ଫଣ୍ଡ ପରିଚାଳନା ଟିମ ଏହି ନିବେଶଯୋଗ୍ୟ ଦୁନିଆରୁ କମ୍ପାନୀଗୁଡିକ ସମ୍ପର୍କରେ ବିଶ୍ଳେଷଣ କରି ତନ୍ମମଧ୍ୟରୁ ନିବେଶ କରାଯାଉଥିବା ମୂଳଧନ ଉପରେ ଉଚ୍ଚ ଆଡଜଷ୍ଟେଡ ରିଟର୍ନ ପ୍ରଦାନକାରୀ ଅଭିବୃଦ୍ଧି ଆଧାରିତ ବ୍ୟବସାୟଗୁଡିକର ଏକ ପୋର୍ଟଫୋଲିଓ ନିର୍ମାଣ କରିବେ।

ଏ ସମ୍ପର୍କରେ ସାମକୋ ଆସେଟ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ସିଆଇଓ ଉମେଶ କୁମାର ମେହଟା କହିଛନ୍ତି, ଆଜି ଆପଣ ନିବେଶ କରୁଥିବା ଲାର୍ଜ-କ୍ୟାପ ଷ୍ଟକଗୁଡିକ ଅତୀତରେ ମଧ୍ୟ ମିଡ-କ୍ୟାପ ରହିଥିଲା ଏବଂ ଏକ ମିଡ-କ୍ୟାପରୁ ଲାର୍ଜ-କ୍ୟାପରେ ରୂପାନ୍ତରିତ ହେବା ବ୍ୟବସ୍ଥାରେ ଜଣେ ନିବେଶକଙ୍କ ନିମନ୍ତେ ବିପୁଳ ସମ୍ପତ୍ତି ସୃଷ୍ଟି ହୋଇପାରିଛି। ସାମକୋ ଇଏଲ୍‌ଏସ୍‌ଏସ ଟ୍ୟାକ୍ସ ସେଭର ଫଣ୍ଡ ବଳରେ ଆମେ ଜଣେ ନିବେଶକଙ୍କୁ ଧାରା ୮୦ସି ଅଧୀନରେ ଟିକସ ସଞ୍ଚୟର ଫାଇଦା ଉପଭୋଗ କରିବାକୁ ସମର୍ଥ କରାଉଛୁ ଏବଂ ଅନୂ୍ୟନ ୩-ବର୍ଷ ଲକ୍‌- ଇନ୍‌ ଅବଧି ନିମନ୍ତେ ମିଡ ଓ ସ୍ମଲ-କ୍ୟାପ ବ୍ୟବସାୟର ଦକ୍ଷ ଅଭିବୃଦ୍ଧିରେ ନିବେଶ କରିବା ସୁଯୋଗ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri