ଅପେକ୍ଷା କରିବେ ସମ୍ବିତ

ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବେ ଅପେକ୍ଷା କରିଛନ୍ତି। ହେଲେ କାହାକୁ ଜାଣନ୍ତି ? ତାଙ୍କ ପ୍ରେମିକାକୁ। କଥା କ’ଣ କି ପ୍ରେମିକା କଥା ଦେଇ ଯାଇଛି ଯେ ମୁଁ ଫେରିଲେ ହିଁ ତୁମର ହେବି। ତେବେ ନିଜ ମନର ମାନସୀ ଉପରେ ଭରଷା ରଖି ସେ ଅପେକ୍ଷା କରିଛନ୍ତି। ଏ ବିଷୟରେ ସବିଶେଷ ସୂଚନା ଦେବା ପୂର୍ବରୁ ଗୋଟିଏ କଥା ଜଣାଇ ଦେବା ଠିକ୍‌ ହେବ। ଏଭଳି ଘଟଣାର ସଂଯାଗ ସମ୍ବିତଙ୍କ ଅଭିନୟ ଜୀବନ ସହ ରହିଛି। ଅର୍ଥାତ୍‌ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’ରେ ତାଙ୍କୁ ଏଭଳି ଏକ ରୋମାଣ୍ଟିକ ଭୂମିକାଟିଏ ମିଳିଛି। ବବି ମିଶ୍ର ଫିଲ୍ମସ ବ୍ୟାନରରେ ଏହାକୁ ପ୍ରସ୍ତୁତ କରାଯାଇଛି। ବବି ମିଶ୍ରଙ୍କ ତ୍ରିକୋଣୀୟ ପ୍ରେମକୁ ଆଧାର କରି ରଚିତ କାହାଣୀକୁ ସଂଳାପର ରୂପ ଦେଇଛନ୍ତି ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଏଥିରେ ଲଭ୍‌, ଇମୋଶନ, ଫ୍ୟାମିଲି ଡ୍ରାମା, କମେଡିର ଭରପୁର ତଡକା ରହିଛି । ଫିଲ୍ମର ମୁଖ୍ୟ ଭୂମିକାରେ ସମ୍ବିତ, ବବି ମିଶ୍ର, ତୃପ୍ତି, ଭାବନା, ପପି ସନ୍ତୁକା ଏବଂ ହରିହର ମହାପାତ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଗୁଡଲି ରଥ। ଦେବକାନ୍ତ ମିଶ୍ର ଏହାର ପ୍ରଯୋଜନା କରିଥିବା ବେଳେ ଏକଜୁକ୍ୟୁଟିଭ ପ୍ରଡ୍ୟୁସର ଅଛନ୍ତି ପ୍ରସନ୍ନ ଦ୍ୱିବେଦୀ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କୋରିଓଗ୍ରାଫର-କମ୍‌-ନିର୍ଦ୍ଦେଶକ ସୁଧାକର ବସନ୍ତ। ଚିତ୍ରଟି ଖୁବ୍‌ ଶୀଘ୍ର ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share