ସମ୍ବିତ କୁମାରଙ୍କ ଆକଳନ

ସମ୍ବିତ କୁମାର ନିଜ ଅଭିନୀତ ତଥା ନିକଟରେ ରିଲିଜ୍‌ ହୋଇ ସଫଳତା ହାସଲ କରିଥିବା ଓଡ଼ିଆ ଫିଲ୍ମ ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’କୁ ନେଇ ଯାହା ଆକଳନ କରିଥିଲେ ତାହା ସତ ହୋଇଛି। ଏ ନେଇ ସମ୍ବିତ କହନ୍ତି, ‘ଏହି ସିନେମାର କାହାଣୀଟିକୁ ଯେତେବେଳେ ମୁଁ ସିଲେକ୍ଟ କଲି, ସେତେବେଳେ ମୋର ଦୃଢ଼ ବିଶ୍ୱାସ ଥିଲା ଯେ ଏହା ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ। ଏବେ ରିଲିଜ୍‌ ପରେ ଫିଲ୍ମଟିକୁ ମିଳିଥିବା ସଫଳତା ମୋ କ୍ୟାରିୟର ପାଇଁ ଶୁଭପ୍ରଦ ସାବ୍ୟସ୍ତ ହୋଇଛି। ନିକଟରେ ମୁଁ ଦୁଇଟି ନୂଆ ସିନେମା ସାଇନ୍‌ କରିଛି।’ ଚନ୍ଦ୍ରାବତୀ ଭିଜନ ବ୍ୟାନରରେ ନିଜ କାହାଣୀକୁ ନେଇ ଏହାର ପ୍ରଯୋଜନା କରିବା ସହ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି ସମ୍ବିତ କୁମାର। ସହ ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ସଞ୍ଜୟ କୁମାର ସାହୁ। ଏଥିରେ ସମ୍ବିତଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଲକ୍ଷ୍ମୀପ୍ରିୟା।

Share