ଶେଷ ହେଲା ସମ୍ବଲପୁରୀ ଦିବସ ପାଳନ ପ୍ରସ୍ତୁତି

ଝାରସୁଗୁଡ଼ା ଅଫିସ,୩୦।୭: ଝାରସୁଗୁଡ଼ା ସହରର ଏକ ହୋଟେଲ ପ୍ରେକ୍ଷାଳୟରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡା ପକ୍ଷରୁ ଜିଲା ସଂଯୋଜକ ରାଜେଶ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧ ତାରିଖରେ ‘ସମ୍ବଲପୁରୀ ଦିନ’ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି ବୋଲି ସମ୍ମିଳନୀରେ କୁହାଯାଇଛି।

ସଭାରେ ସମ୍ବଲପୁରୀ ଭାଷା, ସଂସ୍କୃତି, ନାଟ୍ୟ, କଳା, ପଶ୍ଚିମାଞ୍ଚଳ ଲୋକ ନୃତ୍ୟ, ଶବ୍ଦ ନୃତ୍ୟ ସଂଗୀତକୁ ପ୍ରସାର ପ୍ରଚାର କରିବାରେ ଗୁରୁ ସ୍ବର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ପ୍ରମୁଖ ଅବଦାନ ପାଇଁ ଉକ୍ତ ଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କାରାଯାଉଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିରରେ କୌତୁକ ପୋଷାକ ପ୍ରତିଯୋଗୀତା, ଅଗଷ୍ଟ ୧ ତାରିଖରେ ସକାଳ ୯ଟାରୁ କନକ ଦୁର୍ଗା ମନ୍ଦିରରୁ ମଙ୍ଗଳବଜାର କ୍ରୀଡ଼ା ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା, ରଙ୍ଗୋଲି କାର୍ଯ୍ୟକ୍ରମ, ୧୧ଟାରେ ଉଦ୍‌ଘାଟନୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ସୁବାଷ ପ୍ରଧାନଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ ‘କାଠ ର ଚୌକି’, ଅପରାହ୍ନରେ ସମ୍ବଲପୁରୀ କବିତା ଆସର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟାରେ ସମ୍ବଲପୁରୀ ଫେସନ ‘ଶୋ’ ସ୍ଥିର କରାଯାଇଛି। କାଯ୍ୟକ୍ରମରେ ଜିଲା ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର, କଳାକାର ମୁନିଆ ପାଣିଗ୍ରାହୀ, ରୋଶନ ଭାରଦ୍ୱାଜ, ଚଳଚିତ୍ର ନିର୍ଦ୍ଦେଶକ ମନୋଜ ମିଶ୍ର, ଗାୟିକା ରାଜଶ୍ରୀ ତ୍ରିପାଠୀ, ରାଇଝାଇ କଳାକାରଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେବାର କାଯ୍ୟକ୍ରମ ରହିଛି । ଉଦ୍‌ଘାଟିନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲାପାଳ ସରୋଜ ସାମଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଖବରଦାତା ସମ୍ମିଳନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଉପଦେଷ୍ଟା, ମନୋରଞ୍ଜନ ମହାପାତ୍ର, ଜିଲା ଅର୍ଥ ସଂଯୋଜକ ବିବେକା ନନ୍ଦ ମିଶ୍ର, କେନ୍ଦ୍ରୀୟ କମିଟି ସଭ୍ୟ ଅଜିତ କୁମାର ରଥ, ମହିଳା ସଭାପତି ସୁଜାତା ମିଶ୍ର, ଟାଉନ ସଭାପତି ଲିଙ୍ଗରାଜ ମହାପାତ୍ର, ସାସ୍କୃତିକ ସଂଯୋଜକ ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ଆରତୀ ପଣ୍ଡା କାର୍ଯ୍ୟକ୍ରମର ବିଭିନ୍ନ ସୂଚନା ଦେଇଥିଲେ। ସତ୍ୟନାରାୟଣ ପଣ୍ଡା, ଉମେଶ ବେହେରା, ମିତେନ ରାଉତ, ବସନ୍ତ ରୋହିଦାସ, ଶୁଭମ ବେଶନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri