ସମ୍ବଲପୁରୀ ଗାୟିକା ରୁକ୍‌ସାନାଙ୍କ କବର ଖୋଳିବାକୁ ଦେଲେନି ପରିବାର ଲୋକେ, ଫେରିଆସିଲେ ମାଜିଷ୍ଟ୍ରେଟ୍‌-ପୋଲିସ

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ୍‌ ଟାଇଫସ୍‌ରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିଲେ।

ବଲାଙ୍ଗୀରରେ ଆଲବମ୍‌ ଶୁଟିଂ ସମୟରେ ରୁକ୍‌ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସ୍‌ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଥିବା ଓ ଏଥିରେ ସମ୍ବଲପୁରୀ ଗାୟକ ରୁକୁସୁନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ତାଙ୍କ ନାମରେ ଗତ ସୋମବାର ସନ୍ଧ୍ୟାରେ ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଭବାନୀପାଟଣା ଟାଉନ ଥାନାରେ ଏକ ୮ ପୃଷ୍ଠା ବିଶିଷ୍ଟ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲିସ ପ୍ରକୃତରେ ରୁକ୍‌ସାନାଙ୍କ ମୃତ୍ୟୁ କେଉଁ କାରଣରୁ ହେଇଛି ତାହା ପାଇଁ କବର ଖୋଲି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚାହିଁଥିବାବେଳେ କବର ସ୍ଥାନରେ ଏହାକୁ ବିରୋଧ କରିଥିଲେ। ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଓ ଭଉଣୀ ରୁବି। ପୋଲିସକୁ ଗାଳି କରିବା ସହ କବର ଖୋଲିଲେ ପୋଲିସ ଉପରେ କେସ କରିବେ ବୋଲି କହିଥିଲେ। ଭବାନୀପାଟଣା ସଦର ଥାନା ଓ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବା ପରେ ଘଟଣାସ୍ଥଳରେ ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ ମାଜିଷ୍ଟ୍ରେଟ୍‌ ଯୋଗେଶ୍ୱର ସାହୁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ବୁଝାଶୁଝା କରିଥିଲେ। ହେଲେ ଜିଦରେ ରହିଥିଲେ ରୁକ୍‌ସାନାଙ୍କ ମା’ ଓ ଭଉଣୀ। ଏହି ମାମଲାକୁ ସିବିଆଇକୁ ଦିଆଗଲେ ସେତେବେଳେ କବର ଖୋଲିବାକୁ ଅନୁମତି ଦେବୁ ବୋଲି କହିଥିଲେ ରୁକ୍‌ସାନାଙ୍କ ଭଉଣୀ ରୁବି। ଯାହାଫଳରେ ନିରାଶ ହୋଇ ଘଟଣାସ୍ଥଳରୁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

ରୋଷେଇ କରିବାକୁ ମନା କଲେ ସ୍ତ୍ରୀ, ରାଗିଯାଇ ଗୁଳି କରି ହତ୍ୟା କଲେ ସ୍ବାମୀ

ଭୋପାଳ,୮।୨: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।…

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri