ଓଡ଼ିଶା ରାଜନୀତି ନିର୍ଣ୍ଣୟ କରିବ ସମ୍ବଲପୁର

ସମ୍ବଲପୁର,୧୦ା୫(ବି. ଶଙ୍କର):ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ। ଲୋକଙ୍କୁ ଠକିଲେ ଲୋକମାନେ ତାକୁ ଭାଙ୍ଗିଦିଅନ୍ତି। ତେଣୁ ଶାସକ ଦଳ ବିଜେଡି ମଧ୍ୟରେ ଡର ପଶି ଗଲାଣି। ଓଡ଼ିଆ ଲୋକମାନେ ଏଥର ବିଜେଡିକୁ ହରାଇ ଦଳକୁ ଭଙ୍ଗେଇ ଦେବେ। ବିଜେଡିକୁ ଭାଜପା ଭାଙ୍ଗିଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଏଥର ଓଡ଼ିଶାବାସୀ ୨୧ ରୁ ୨୧ ଲୋକ ସଭା ପାଇଁ ଆଶୀର୍ବାଦ କରିବେ। ନରେନ୍ଦ୍ର ମୋଦି ଓଡ଼ିଶାର ଅନେକ ବିକାଶମୂଳକ ଯୋଜନା କରିଥିବାରୁ ଲୋକଙ୍କ ଭରସା ବଢ଼ିଛି। ଗତ ୧୦ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଆସିଛି। ୩୪ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ୫୦ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧିରେ ଟଙ୍କା ପାଇଛନ୍ତି।
ସମ୍ବଲପୁର ରାଜ୍ୟ ରାଜନୀତିର ଗୋଟିଏ ବଡ଼ ପେଣ୍ଠସ୍ଥଳୀ। ଏଥର ସମ୍ବଲପୁର ଓଡ଼ିଶା ରାଜନୀତିର ନିର୍ଣ୍ଣୟ କରିବ। ସମ୍ବଲପୁର ଏଥର ଯାହା ନିର୍ଣ୍ଣୟ କରିବ, ଓଡ଼ିଶା ହିଁ ସେହି ନିର୍ଣ୍ଣୟକୁ ଦୋହରାଇବ। ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି। ଧର୍ମେନ୍ଦ୍ର ପୁଣି କହିଛନ୍ତି, ସମସ୍ତେ ଜିତିବା ପାଇଁ ଲଢ଼େଇ କରିବା ଦରକାର। ଲୋକମାନେ ଅଧିକ ଭୋଟ ଦେଲେ ଆମ ଦେଶର ପ୍ରଜାତନ୍ତ୍ର ଅଧିକ ମଜଭୁତ ହେବ। ସ୍ଥାନୀୟ ସରକାର ବିରୋଧରେ ଅଧିକରୁ ଅଧିକ ଭୋଟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ରାଜ୍ୟରେ ୨୪ ବର୍ଷ ହେଲା ଗୋଟିଏ ସରକାର ଶାସନରେ ରହି ଓଡ଼ିଶାକୁ ଅବହେଳିତ କରି ରଖିଛନ୍ତି। କଂଗ୍ରେସ ଲମ୍ବା ବର୍ଷ ଧରି ଶାସନରେ ରହିଲା। ବିଜେଡିକୁ ୨୪ ବର୍ଷ ଧରି ଅବସର ମିଳିଲା। ଏଥର ଭାଜପାକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସମ୍ଭାବନା ଥିବା ସତ୍ତ୍ୱେ ଗରିବ କାହିଁକି। ଯୁବକ କାମ ଧନ୍ଦା ନ ପାଇ ଦାଦନ କାହିଁକି ଯାଉଛନ୍ତି। ବିଦ୍ୟାଳୟରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ। ଆଦିବାସୀ ଜମି ବିକ୍ରି କରିବାର ଷଡ଼ଯନ୍ତ୍ର ସରକାର କରିଥିଲେ। ଭାଜପାକୁ ସୁଯୋଗ ଦିଆଗଲେ ଓଡ଼ିଶାକୁ ଏକ ନମ୍ବର କରାଯିବ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି। ଅଥଚ ଏଠାକାର ନେତା ମୋଦିଙ୍କୁ ଟାହିଟାପରା କରୁଛନ୍ତି। ୨୪ ବର୍ଷ ପ୍ରତାରଣା କରି ବିଜେଡି ମିଛ କହୁଛି ନା ୧୦ ବର୍ଷରେ ବିକାଶ କରି ମୋଦି ମିଛ କହୁଛନ୍ତି। ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଶାସନ କଲେ ସେମାନେ ଓଡ଼ିଶାର ମୌଳିକ ସମସ୍ୟା ପ୍ରସଙ୍ଗରେ ଭାଜପା ପ୍ରଶ୍ନର ଉତ୍ତର କାହିଁକି ଦେଉନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri