ଓଡ଼ିଶା ରାଜନୀତି ନିର୍ଣ୍ଣୟ କରିବ ସମ୍ବଲପୁର

ସମ୍ବଲପୁର,୧୦ା୫(ବି. ଶଙ୍କର):ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ। ଲୋକଙ୍କୁ ଠକିଲେ ଲୋକମାନେ ତାକୁ ଭାଙ୍ଗିଦିଅନ୍ତି। ତେଣୁ ଶାସକ ଦଳ ବିଜେଡି ମଧ୍ୟରେ ଡର ପଶି ଗଲାଣି। ଓଡ଼ିଆ ଲୋକମାନେ ଏଥର ବିଜେଡିକୁ ହରାଇ ଦଳକୁ ଭଙ୍ଗେଇ ଦେବେ। ବିଜେଡିକୁ ଭାଜପା ଭାଙ୍ଗିଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଏଥର ଓଡ଼ିଶାବାସୀ ୨୧ ରୁ ୨୧ ଲୋକ ସଭା ପାଇଁ ଆଶୀର୍ବାଦ କରିବେ। ନରେନ୍ଦ୍ର ମୋଦି ଓଡ଼ିଶାର ଅନେକ ବିକାଶମୂଳକ ଯୋଜନା କରିଥିବାରୁ ଲୋକଙ୍କ ଭରସା ବଢ଼ିଛି। ଗତ ୧୦ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଆସିଛି। ୩୪ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ୫୦ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧିରେ ଟଙ୍କା ପାଇଛନ୍ତି।
ସମ୍ବଲପୁର ରାଜ୍ୟ ରାଜନୀତିର ଗୋଟିଏ ବଡ଼ ପେଣ୍ଠସ୍ଥଳୀ। ଏଥର ସମ୍ବଲପୁର ଓଡ଼ିଶା ରାଜନୀତିର ନିର୍ଣ୍ଣୟ କରିବ। ସମ୍ବଲପୁର ଏଥର ଯାହା ନିର୍ଣ୍ଣୟ କରିବ, ଓଡ଼ିଶା ହିଁ ସେହି ନିର୍ଣ୍ଣୟକୁ ଦୋହରାଇବ। ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି। ଧର୍ମେନ୍ଦ୍ର ପୁଣି କହିଛନ୍ତି, ସମସ୍ତେ ଜିତିବା ପାଇଁ ଲଢ଼େଇ କରିବା ଦରକାର। ଲୋକମାନେ ଅଧିକ ଭୋଟ ଦେଲେ ଆମ ଦେଶର ପ୍ରଜାତନ୍ତ୍ର ଅଧିକ ମଜଭୁତ ହେବ। ସ୍ଥାନୀୟ ସରକାର ବିରୋଧରେ ଅଧିକରୁ ଅଧିକ ଭୋଟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ରାଜ୍ୟରେ ୨୪ ବର୍ଷ ହେଲା ଗୋଟିଏ ସରକାର ଶାସନରେ ରହି ଓଡ଼ିଶାକୁ ଅବହେଳିତ କରି ରଖିଛନ୍ତି। କଂଗ୍ରେସ ଲମ୍ବା ବର୍ଷ ଧରି ଶାସନରେ ରହିଲା। ବିଜେଡିକୁ ୨୪ ବର୍ଷ ଧରି ଅବସର ମିଳିଲା। ଏଥର ଭାଜପାକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସମ୍ଭାବନା ଥିବା ସତ୍ତ୍ୱେ ଗରିବ କାହିଁକି। ଯୁବକ କାମ ଧନ୍ଦା ନ ପାଇ ଦାଦନ କାହିଁକି ଯାଉଛନ୍ତି। ବିଦ୍ୟାଳୟରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ। ଆଦିବାସୀ ଜମି ବିକ୍ରି କରିବାର ଷଡ଼ଯନ୍ତ୍ର ସରକାର କରିଥିଲେ। ଭାଜପାକୁ ସୁଯୋଗ ଦିଆଗଲେ ଓଡ଼ିଶାକୁ ଏକ ନମ୍ବର କରାଯିବ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି। ଅଥଚ ଏଠାକାର ନେତା ମୋଦିଙ୍କୁ ଟାହିଟାପରା କରୁଛନ୍ତି। ୨୪ ବର୍ଷ ପ୍ରତାରଣା କରି ବିଜେଡି ମିଛ କହୁଛି ନା ୧୦ ବର୍ଷରେ ବିକାଶ କରି ମୋଦି ମିଛ କହୁଛନ୍ତି। ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଶାସନ କଲେ ସେମାନେ ଓଡ଼ିଶାର ମୌଳିକ ସମସ୍ୟା ପ୍ରସଙ୍ଗରେ ଭାଜପା ପ୍ରଶ୍ନର ଉତ୍ତର କାହିଁକି ଦେଉନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri