ସ୍ବାଭାବିକ ହୋଇନାହିଁ ବ୍ୟବସାୟ

ସମ୍ବଲପୁର,୪ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥର ମାଡ଼, ପୋଡ଼ାଜଳା, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟିଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲା। ନେଟ୍‌ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଥିଲା। ସମସ୍ତ ଛୋଟବଡ଼ ବ୍ୟବସାୟକୁ ଠପ୍‌ କରିଦେଇଥିଲା। ବ୍ୟବସାୟୀଙ୍କ ସମେତ ଏଥିରେ ନିୟୋଜିତ କର୍ମଚାରୀ, ଶ୍ରମିକ ବର୍ଗଙ୍କ ଘୋର ଆର୍ଥିକ କ୍ଷତି ଘଟିଛି। ଏବେ ଶାନ୍ତି ଫେରିଥିଲେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ। ବ୍ୟବସାୟ ସ୍ବାଭାବିକ ହୋଇପାରି ନାହିଁ।
ଗ୍ରାଣ୍ଡ ଶିବା ହୋଟେଲ ନିର୍ଦ୍ଦେଶକ ହରିଶଙ୍କର ସିଲା କହିଛନ୍ତି, ସମ୍ବଲପୁର ସହର ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଟସ୍ଥଳ। ଦଙ୍ଗା ହେବା ଫଳରେ ବିଶେଷ ଭାବେ ହୋଟେଲ ବ୍ୟବସାୟ ଉପରେ ପ୍ରଭାବ ପକାଇଛି। ପ୍ରଶାସନର କଟକଣା ଯୋଗୁ ପ୍ରାୟ ୧୨ଦିନ ଧରି ହୋଟେଲ ବନ୍ଦ ରହିଥିଲା। ସହରକୁ ଗମନାଗମନ ଉପରେ ରୋକ ଲାଗିଥିଲା। ତେଣୁ କେହି ଆସୁ ନ ଥିଲେ। ଯେଉଁ କେତେଜଣ ଲୋକ ରହିଥିଲେ ନେଟ୍‌ସେବା ବନ୍ଦ ହେବାରୁ ସେମାନେ ହୋଟେଲ ଛାଡି ପାଖ ଜିଲାକୁ ଚାଲିଯାଇଥିଲେ। ହୋଟେଲର ଦୈନିକ ଖର୍ଚ୍ଚ ସାଙ୍ଗକୁ କର୍ମଚାରୀଙ୍କ ଦରମା ବହନ କରିବାକୁ ପଡ଼ିଥିଲା। ଶାନ୍ତି ଫେରିଥିବା ସ୍ଥାନୀୟ ଲୋକେ ଜାଣିଥିଲେ ମଧ୍ୟ ବାହାରୁ ଆସୁଥିବା ଲୋକେ ଆଜି ମଧ୍ୟ ଭୟ ଭିତରେ ରହିଛନ୍ତି। ପ୍ରଶାସନ କୋହଳ କରିଥିଲେ ବି ୯ଦିନ ବିତିଯାଇଥିଲେ ମଧ୍ୟ ବ୍ୟବସାୟ ସ୍ବାଭାବିକ ହୋଇନାହିଁ ବୋଲି ହରିଶଙ୍କର କହିଛନ୍ତି। ମୁଦିପଡ଼ାର ଆଳୁମୁଢି ବିକ୍ରି କରୁଥିବା ବିଜୟ ସିଂହ କହିଛନ୍ତି, କଟକଣା ସମୟରେ ପରିବାର ଚଳାଇବା କଷ୍ଟକର ଥିଲା। ଏବେ ମଧ୍ୟ ଠିକ୍‌ ଭାବେ ରୋଜଗାର ହୋଇପାରୁ ନାହଁି। କଟକଣା ସମୟରେ ଖାଇବା ପାଇଁ କରିଥିବା ଋଣ ପରିଶୋଧ ନେଇ ଏବେ ଚିନ୍ତାରେ। ସନ୍ଧ୍ୟାରେ ଭଲ ବ୍ୟବସାୟ ହେଉଥିଲା। ଦୈନିକ ୪ଶହରୁ ୬ଶହ ଟଙ୍କା ରୋଜଗାର ହେଉଥିଲା। ଏବେ ସନ୍ଧ୍ୟା ହେଲେ ମନରେ ଭୟ ଆସୁଛି। ବ୍ୟବସାୟ ସ୍ବାଭାବିକ ହେବା ପାଇଁ ସମୟ ଲାଗିବ ବୋଲି ବିଜୟ କହିଛନ୍ତି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଚା’ ଜଳଖିଆ ଦୋକାନ କରିଥିବା ମନୋଜ ସାହୁ କହିଛନ୍ତି, କଟକଣା ସମୟର କ୍ଷତି ଭରଣା ହୋଇପାରିବ ନାହିଁ। ଲୋକମାନଙ୍କୁ ନେଇ ବ୍ୟବସାୟ ହୋଇଥାଏ ା ବନ୍ଦ ହେବାରେ ବ୍ୟବସାୟ ଠପ୍‌ ହୋଇଯାଇଥିଲା ା ପ୍ରତିଦିନ ଏକ ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା। ଏଥିରେ ପରିବାର ପ୍ରତିପୋଷଣ ହୋଇଥାଏ। କୋହଳ ହୋଇଥିଲେ ବି ବ୍ୟବସାୟ ଅନୁସାରେ ସମୟ ସ୍ଥିର ହୋଇ ନ ଥିଲା। କେବଳ ଆମ ବ୍ୟବସାୟ ନୁହେଁ, ସବୁ ପ୍ରକାର ବ୍ୟବସାୟ ଉପରେ ଆର୍ଥିକ ବୋଝ ପଡ଼ିଛି ବୋଲି ମନୋଜ କହିଛନ୍ତି।
କେବଳ ବ୍ୟବସାୟ ନୁହେଁ, ପିଲାଙ୍କ ପାଠପଢ଼ାରେ ମଧ୍ୟ ବାଧା ଉପୁଜିଥିଲା। ୱାର୍କ ଫ୍ରମ୍‌ ହୋମ କରୁଥିବା କର୍ମଚାରୀମାନେ ଜିଲା ଛାଡ଼ି ଅନ୍ୟ ଜିଲାକୁ ଚାଲିଯାଇଥିଲେ। ଜଣେ ଛାତ୍ରୀ କହିଛନ୍ତି, ସ୍କୁଲ କଲେଜ ବନ୍ଦ ରହିଥିଲା। ନେଟ୍‌ସେବା ମଧ୍ୟ ବନ୍ଦ କରି ଦିଆଯାଇଥିଲା। ୧୦ଦିନର ପାଠ୍ୟକ୍ରମ ପ୍ରଭାବିତ ହୋଇଥିଲା। କର୍ଫ୍ୟୁ ଲାଗିଥିବାରୁ କୋଚିଂ ସେଣ୍ଟର ମଧ୍ୟ ଯାଇହେଲା ନାହିଁ। ଏବେ ବିଗତ ଦିନଗୁଡିକର ପାଠ ଅଧିକ ଚାପ ପକାଉଛି ବୋଲି ସେ କହିଛନ୍ତି। ବ୍ୟବସାୟୀଙ୍କ କ୍ଷତି ସମ୍ପର୍କରେ ପଚରାଯିବାରୁ ସମ୍ବଲପୁର ସଦର ଉପଜିଲାପାଳ ପ୍ରଭାସ ଡନସନା କହିଛନ୍ତି, ଦଙ୍ଗାରେ ପୀଡ଼ିତ ଓ ପ୍ରଭାବିତମାନଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯାଉଛି। ଏଥି ସକାଶେ ସର୍ଭେ ହୋଇସାରିଛି। ଚୂଡାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri