ସ୍ବାଭାବିକ ହୋଇନାହିଁ ବ୍ୟବସାୟ

ସମ୍ବଲପୁର,୪ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥର ମାଡ଼, ପୋଡ଼ାଜଳା, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟିଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲା। ନେଟ୍‌ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଥିଲା। ସମସ୍ତ ଛୋଟବଡ଼ ବ୍ୟବସାୟକୁ ଠପ୍‌ କରିଦେଇଥିଲା। ବ୍ୟବସାୟୀଙ୍କ ସମେତ ଏଥିରେ ନିୟୋଜିତ କର୍ମଚାରୀ, ଶ୍ରମିକ ବର୍ଗଙ୍କ ଘୋର ଆର୍ଥିକ କ୍ଷତି ଘଟିଛି। ଏବେ ଶାନ୍ତି ଫେରିଥିଲେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ। ବ୍ୟବସାୟ ସ୍ବାଭାବିକ ହୋଇପାରି ନାହିଁ।
ଗ୍ରାଣ୍ଡ ଶିବା ହୋଟେଲ ନିର୍ଦ୍ଦେଶକ ହରିଶଙ୍କର ସିଲା କହିଛନ୍ତି, ସମ୍ବଲପୁର ସହର ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଟସ୍ଥଳ। ଦଙ୍ଗା ହେବା ଫଳରେ ବିଶେଷ ଭାବେ ହୋଟେଲ ବ୍ୟବସାୟ ଉପରେ ପ୍ରଭାବ ପକାଇଛି। ପ୍ରଶାସନର କଟକଣା ଯୋଗୁ ପ୍ରାୟ ୧୨ଦିନ ଧରି ହୋଟେଲ ବନ୍ଦ ରହିଥିଲା। ସହରକୁ ଗମନାଗମନ ଉପରେ ରୋକ ଲାଗିଥିଲା। ତେଣୁ କେହି ଆସୁ ନ ଥିଲେ। ଯେଉଁ କେତେଜଣ ଲୋକ ରହିଥିଲେ ନେଟ୍‌ସେବା ବନ୍ଦ ହେବାରୁ ସେମାନେ ହୋଟେଲ ଛାଡି ପାଖ ଜିଲାକୁ ଚାଲିଯାଇଥିଲେ। ହୋଟେଲର ଦୈନିକ ଖର୍ଚ୍ଚ ସାଙ୍ଗକୁ କର୍ମଚାରୀଙ୍କ ଦରମା ବହନ କରିବାକୁ ପଡ଼ିଥିଲା। ଶାନ୍ତି ଫେରିଥିବା ସ୍ଥାନୀୟ ଲୋକେ ଜାଣିଥିଲେ ମଧ୍ୟ ବାହାରୁ ଆସୁଥିବା ଲୋକେ ଆଜି ମଧ୍ୟ ଭୟ ଭିତରେ ରହିଛନ୍ତି। ପ୍ରଶାସନ କୋହଳ କରିଥିଲେ ବି ୯ଦିନ ବିତିଯାଇଥିଲେ ମଧ୍ୟ ବ୍ୟବସାୟ ସ୍ବାଭାବିକ ହୋଇନାହିଁ ବୋଲି ହରିଶଙ୍କର କହିଛନ୍ତି। ମୁଦିପଡ଼ାର ଆଳୁମୁଢି ବିକ୍ରି କରୁଥିବା ବିଜୟ ସିଂହ କହିଛନ୍ତି, କଟକଣା ସମୟରେ ପରିବାର ଚଳାଇବା କଷ୍ଟକର ଥିଲା। ଏବେ ମଧ୍ୟ ଠିକ୍‌ ଭାବେ ରୋଜଗାର ହୋଇପାରୁ ନାହଁି। କଟକଣା ସମୟରେ ଖାଇବା ପାଇଁ କରିଥିବା ଋଣ ପରିଶୋଧ ନେଇ ଏବେ ଚିନ୍ତାରେ। ସନ୍ଧ୍ୟାରେ ଭଲ ବ୍ୟବସାୟ ହେଉଥିଲା। ଦୈନିକ ୪ଶହରୁ ୬ଶହ ଟଙ୍କା ରୋଜଗାର ହେଉଥିଲା। ଏବେ ସନ୍ଧ୍ୟା ହେଲେ ମନରେ ଭୟ ଆସୁଛି। ବ୍ୟବସାୟ ସ୍ବାଭାବିକ ହେବା ପାଇଁ ସମୟ ଲାଗିବ ବୋଲି ବିଜୟ କହିଛନ୍ତି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଚା’ ଜଳଖିଆ ଦୋକାନ କରିଥିବା ମନୋଜ ସାହୁ କହିଛନ୍ତି, କଟକଣା ସମୟର କ୍ଷତି ଭରଣା ହୋଇପାରିବ ନାହିଁ। ଲୋକମାନଙ୍କୁ ନେଇ ବ୍ୟବସାୟ ହୋଇଥାଏ ା ବନ୍ଦ ହେବାରେ ବ୍ୟବସାୟ ଠପ୍‌ ହୋଇଯାଇଥିଲା ା ପ୍ରତିଦିନ ଏକ ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା। ଏଥିରେ ପରିବାର ପ୍ରତିପୋଷଣ ହୋଇଥାଏ। କୋହଳ ହୋଇଥିଲେ ବି ବ୍ୟବସାୟ ଅନୁସାରେ ସମୟ ସ୍ଥିର ହୋଇ ନ ଥିଲା। କେବଳ ଆମ ବ୍ୟବସାୟ ନୁହେଁ, ସବୁ ପ୍ରକାର ବ୍ୟବସାୟ ଉପରେ ଆର୍ଥିକ ବୋଝ ପଡ଼ିଛି ବୋଲି ମନୋଜ କହିଛନ୍ତି।
କେବଳ ବ୍ୟବସାୟ ନୁହେଁ, ପିଲାଙ୍କ ପାଠପଢ଼ାରେ ମଧ୍ୟ ବାଧା ଉପୁଜିଥିଲା। ୱାର୍କ ଫ୍ରମ୍‌ ହୋମ କରୁଥିବା କର୍ମଚାରୀମାନେ ଜିଲା ଛାଡ଼ି ଅନ୍ୟ ଜିଲାକୁ ଚାଲିଯାଇଥିଲେ। ଜଣେ ଛାତ୍ରୀ କହିଛନ୍ତି, ସ୍କୁଲ କଲେଜ ବନ୍ଦ ରହିଥିଲା। ନେଟ୍‌ସେବା ମଧ୍ୟ ବନ୍ଦ କରି ଦିଆଯାଇଥିଲା। ୧୦ଦିନର ପାଠ୍ୟକ୍ରମ ପ୍ରଭାବିତ ହୋଇଥିଲା। କର୍ଫ୍ୟୁ ଲାଗିଥିବାରୁ କୋଚିଂ ସେଣ୍ଟର ମଧ୍ୟ ଯାଇହେଲା ନାହିଁ। ଏବେ ବିଗତ ଦିନଗୁଡିକର ପାଠ ଅଧିକ ଚାପ ପକାଉଛି ବୋଲି ସେ କହିଛନ୍ତି। ବ୍ୟବସାୟୀଙ୍କ କ୍ଷତି ସମ୍ପର୍କରେ ପଚରାଯିବାରୁ ସମ୍ବଲପୁର ସଦର ଉପଜିଲାପାଳ ପ୍ରଭାସ ଡନସନା କହିଛନ୍ତି, ଦଙ୍ଗାରେ ପୀଡ଼ିତ ଓ ପ୍ରଭାବିତମାନଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯାଉଛି। ଏଥି ସକାଶେ ସର୍ଭେ ହୋଇସାରିଛି। ଚୂଡାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri