ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଇଛି। ରବିବାର ସମ୍ବଲପୁରରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚି ସର୍ବାଧିକ ଉତ୍ତପ୍ତ ସହର ହୋଇଛି।

ସେହିପରି ଝାରସୁଗୁଡାରେ ୪୦.୪ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୮.୮ ଡିଗ୍ରୀ, ବାଲେଶ୍ୱରରେ ୩୫.୮ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ଗୋପାଳପୁରରେ ୩୩.୨ ଡିଗ୍ରୀ ରହିଛି।