ପର୍ଯ୍ୟଟନର ସହର ସମ୍ବଲପୁର

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତ ଅନେକ ଦର୍ଶନୀୟ ସ୍ଥାନ ରହିଛି, ହେଲେ ତନ୍ମଧ୍ୟରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ଚିପିଲିମାର ମା’ ଘଣ୍ଟେଶ୍ୱରୀ ଓ ହୀରାକୁଦ ଜଳଭଣ୍ଡାରର ରହିଛି କିଛି ଭିନ୍ନ ଆକର୍ଷଣ…

ମା’ ସମଲେଶ୍ବରୀ ପୀଠଟି ସମ୍ବଲପୁର ସିଟି ଷ୍ଟେଶନରୁ ମାତ୍ର ୮ କି.ମି ଦୂରରେ କ୍ଷେତରାଜପୁରଠାରେ ଅବସ୍ଥିତ। ସାରା ବିଶ୍ବରେ ଏହି ମନ୍ଦିରଟି ତା’ର ଐତିହ୍ୟ, ପରମ୍ପରା ଏବଂ ପୌରାଣିକ ବିଶେଷତ୍ୱ କାରଣରୁ ପ୍ରସିଦ୍ଧ। ମା’ ସମଲେଶ୍ବରୀ ଏଠାରେ ମହାଲକ୍ଷ୍ମୀ, ମହାସରସ୍ବତୀ ଏବଂ ମହାକାଳୀ ରୂପରେ ଅବତୀର୍ଣ୍ଣା। ଏହି ସୁନ୍ଦର ମନ୍ଦିରଟି ସେ ସମୟରେ ବାଲି ଓ ଚୂନରେ ତିଆରି ହୋଇଥିଲେ ମଧ୍ୟ ଏହା ଗ୍ରାନାଇଟ୍‌ ଭଳି ଶକ୍ତ। ମୁଖ୍ୟଦ୍ୱାରଠାରୁ ଅଳ୍ପ ଦୂରରେ ରହିଛି ବିରାଟ ଏକ ଦୀପ ଝାଡ। ତା’ପରେ ସିଂହଦ୍ୱାର, ଜଗମୋହନରେ ବାରଟି ସଶକ୍ତ ସ୍ତମ୍ଭ ଉପରେ ନିର୍ମିତ ଏହାର ପରିକ୍ରମାପଥ ଏବଂ ଚାରି ପାହାଚ ତଳକୁ ଦେବୀଙ୍କର ଆସ୍ଥାନ। ମା’ଙ୍କର ମୂର୍ତ୍ତିଟି କଳା ମୁଗୁନିପଥରରେ ଖୋଦେଇ ଏବଂ ଏହାର ମୁଖଟି ସାମାନ୍ୟ ଲମ୍ବ ହୋଇ ଆଗକୁ ବଢିଛି ହାତୀର ଶୁଣ୍ଢ ସଦୃଶ। ଦୁଇ ପଟରେ ଦୁଇଟି ସୁନାର ଆଖି, ସାରା ମୁଖ ମଣ୍ଡଳ ସିନ୍ଦୂରରେ ଆବୃତ୍ତ। ମଥାରେ ସୁନା ମୁକୁଟ, ନାକରେ ସ୍ବର୍ଣ୍ଣ ଆଭୂଷଣ, ଗଳାରେ ରତ୍ନହାର ମଣ୍ଡିତ। ଆସ୍ଥାନର ବାହାର ପଟକୁ ୧୧ଜଣ ପାଶର୍‌ବ ଦେବୀ ରହିଛନ୍ତି। ବିଶେଷ ଦିନମାନଙ୍କରେ ଏଠାରେ ବିଶେଷ ପୂଜା ହୋଇଥାଏ। ଶାରଦୀୟ ଦୂର୍ଗାପୂଜା ଅବସରରେ ଷୋଡଶ ଉପଚାରରେ ନବରାତ୍ରି ପୂଜା ସହିତ ମା’ ସମଲେଶ୍ବରୀଙ୍କର ଧବଳମୁଖୀ ବେଶ ହୋଇଥାଏ। ଏଠାକାର ଆଉ ଏକ ମୁଖ୍ୟ ପର୍ବ ହେଉଛି ନୂଆଁଖାଇ। ଭାଦ୍ରବ ମାସରେ ଏହି ପୂଜାରେ ଧାନ ଅମଳ ପରେ ପ୍ରଥମେ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଅର୍ପଣ କରାଯିବା ପରେ ହିଁ ଅନ୍ୟମାନେ ନବାନ୍ନ ଗ୍ରହଣ କରିଥାନ୍ତି। ଏହି ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ସମ୍ବଲପୁରର ସଦର ମହକୁମାରୁ ୬ନଂ ଜାତୀୟ ରାଜପଥରେ ଦକ୍ଷିଣ ପଶ୍ଚିମ ଦିଗରେ ଗଲେ ମାତ୍ର ତିରିଶି କିଲୋମିଟର ଦୂରରେ ରହିଛି ଚିପିଲିମା ଜଳଭଣ୍ଡାର। ସେଠାରେ ପାହାଡରୁ ବହି ଆସୁଥିବା ମହାନଦୀର ଜଳଧାରକୁ ଧରି ରଖି ଜଳବିଦ୍ୟୁତ ଉତ୍ପାଦନ କରାଯାଉଛି। ସେଇଠି ପାହାଡ ତଳକୁ ରହିଛି ମା’ ଘଣ୍ଟେଶ୍ୱରୀଙ୍କ ମନ୍ଦିର। ବିରାଟ ବଡ ବରଗଛ ତଳେ ପଥର ଉପରେ ମା’ଙ୍କର ଆସ୍ଥାନ। ହଜାର ହଜାର ସଂଖ୍ୟାରେ ପିତ୍ତଳର ଘଣ୍ଟି ବନ୍ଧା ହୋଇଛି ସେ ପୀଠର ଚତୁର୍ଦ୍ଦିଗରେ। ବୋଧହୁଏ ସେଇଥିପାଇଁ ଦେବୀଙ୍କର ନାମ ମା’ ଘଣ୍ଟେଶ୍ୱରୀ। ଆଉ ମଧ୍ୟ ଲୋକକଥା ଶୁଣାଯାଏ, ପୂର୍ବରୁ ଯେତେବେଳେ ଉତ୍କଳୀୟ ନୌବାଣିଜ୍ୟରେ ମହାନଦୀର ମୁଖ୍ୟସ୍ଥାନ ରହିଥିଲା, ଏଇ ବାଟ ଦେଇ ସାଧବମାନେ ବୋଇତରେ ଯିବାବେଳେ ନିଜେ ମା’ ଘଣ୍ଟେଶ୍ୱରୀ ଏହି ପାହାଡ ଉପରେ ଘଣ୍ଟା ବଜାଇ ସାଧବମାନଙ୍କୁ ପାହାଡ ପାଖକୁ ନଯିବା ଲାଗି ସତର୍କ କରାଇ ଦେଉଥିଲେ ଯେ, ଏଠି ଗଣ୍ଡ ଅଛି, ଆସ ନାହିଁ। ମା’ ଏଠାରେ ଅନ୍ଧାର ଭିତରେ ବିନା ବତୀର ବତୀଘର ସଦୃଶ ଥିଲେ। ପୂର୍ବରୁ ଅଗମ୍ୟ ପ୍ରାୟ ଥିବା ଏହି ସ୍ଥାନଟି ସୁଗମ୍ୟ ହୋଇପାରିଛି ରାଜ୍ୟ ସରକାରଙ୍କ ଦ୍ୱାରା ମୁଣ୍ଡ ଘାଟରେ ତିଆରି ହୋଇଥିବା ଚଉରପୁର ବ୍ରିଜ୍‌ ଯୋଗୁଁ। ପାହାଡ ଜଙ୍ଗଲ ନଦୀ ମଝିରେ ବଣଭୋଜି ପାଇଁ ଏହା ଗୋଟିଏ ସୁନ୍ଦର ସ୍ଥାନ। ଚିପିଲିମା ରିଜର୍ଭୟର୍‌ ବାଟ ଦେଇ ଯିବାକୁ ପଡେ ସେଠାକୁ। ନଦୀର ଛାତି ଉପରେ ଠିକ୍‌ ରିଜର୍ଭୟର୍‌ର ଗେଟ୍‌ ଉପର ଦେଇ ଲୁହା ରେଲିଂ ଦିଆ ଅଙ୍କାବଙ୍କା ପାଦ ଚଲା ରାସ୍ତା ଲମ୍ବି ଯାଇଛି ନଦୀର ଏ କୁଳରୁ ମାଆଙ୍କର ଆସ୍ଥାନ ଯାଏଁ। ଏବେ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ସେଠାରେ ମାଆଙ୍କର ମାର୍ବଲ୍‌ ଛାଉଣି ହୋଇଥିବା ଛୋଟ ମନ୍ଦିରଟିଏ ତିଆରି ହୋଇଛି। ତା’କୁ ଲାଗି ଭୋଜିଭାତ କରିବା ପାଇଁ ପିଣ୍ଡି, ବସାଉଠା କରିବା ପାଇଁ ମଣ୍ଡପ ଇତ୍ୟାଦି ତିଆରି ହୋଇଛି। ମାନସିକ କରି ଭକ୍ତମାନେ ସେଠାରେ ବାନ୍ଧିଥିବା ଅସଂଖ୍ୟ ଘଣ୍ଟି ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। କୁହାଯାଏ, ଏଠାକୁ ଆସୁଥିବା ଭକ୍ତ ମାନସିକ ରଖି ଘଣ୍ଟିଟିଏ ବାନ୍ଧି ଦେଇ ଗଲେ ସେମାନଙ୍କ ମନସ୍କାମନା କୁଆଡ଼େ ପୂରଣ ହୋଇଥାଏ।
ସମ୍ବଲପୁର ସହରର ଉତ୍ତର ଦିଗରେ ରହିଛି ହୀରାକୁଦ ବନ୍ଧ। ମହାନଦୀର ଦୁଇପାର୍ଶ୍ୱରେ ଥିବା ଦୁଇଟି ପାହାଡ (ଲକ୍ଷ୍ମୀ ଡୁଙ୍ଗୁରୀ ଏବଂ ଚାନ୍ଦିଲି ଡୁଙ୍ଗୁରୀ)କୁ ସଂଯୋଗ କରୁଥିବା ଏହି ବନ୍ଧଟି ଦ୍ୱାରା ସୃଷ୍ଟି ହୋଇଛି ଏକ ବିଶାଳ ଜଳଭଣ୍ଡାର। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁନ୍ଦର ପ୍ରକଳ୍ପଟି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା। ସେହି ବୃହତ୍‌ ଜଳଭଣ୍ଡାରର ଦୁଇ ପଟରେ ରହିଛି ଦୁଇଟି ସୁଉଚ୍ଚ ମୀନାର ଯଥା: ନେହେରୁ ମିନାର ଏବଂ ଗାନ୍ଧୀ ମିନାର। ଗାନ୍ଧୀ ମିନାରଟିର ଉଚ୍ଚତା ପ୍ରାୟ ୬୫ ଫୁଟ୍‌ରୁ ଅଧିକ ହେବ; ଯାହା ଉପରେ ଚଢି ପର୍ଯ୍ୟଟକ ହୀରାକୁଦ ବନ୍ଧ, ବାରପାହାଡ ପର୍ବତମାଳା, ହ୍ରଦ ଓ ତତ୍‌ସଂଲଗ୍ନ ସ୍ଥାନଗୁଡ଼ିକର ପ୍ରାକୃତିକ ଶୋଭା ଦର୍ଶନ କରି ଆନନ୍ଦ ଲାଭ କରିଥାନ୍ତି। ଏବେ ସରକାରଙ୍କ ତରଫରୁ ପିଲାଙ୍କ ଖେଳିବା ପାଇଁ ସେଠାରେ ପାର୍କ୍‌, ଫୁଲଗଛ, ଜଳ ଫୁଆରା, ରୋପ୍‌ ୱେରେ ନଦୀ ଏପଟରୁ ସେପଟକୁ ଯାଇ ମଜା ନେବାର ବ୍ୟବସ୍ଥା କରାଯାଇଛି। ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ହୋଟେଲ୍‌ ବି ରହିଛି। ଏହାର ନିକଟତମ ରେଳଷ୍ଟେଶନ ହେଉଛି ସମ୍ବଲପୁର ସିଟି ଷ୍ଟେଶନ୍‌ ଏବଂ ଆନ୍ତଃରାଜ୍ୟ ବସ୍‌ ସେବାର ସମସ୍ତ ବସ୍‌ ମଧ୍ୟ ଏଠାକୁ ଯାତାୟାତ କରିଥାଏ। ସେଥିପାଇଁ ସବୁ ଋତୁରେ ଏଠାରେ ପର୍ଯ୍ୟଟକଙ୍କର ଭିଡ ଲାଗି ରହିଥାଏ।

-ସୁଷମା ପରିଜା,
ଶାରଳା ଭବନ, ନୂଆବଜାର, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri