ସମ୍ବଲପୁର-ବନାରସ ଟ୍ରେନ୍‌ ବିଶାଖାପାଟଣାକୁ ସମ୍ପ୍ରସାରିତ

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର):କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସନ୍ଧ୍ୟାରେ ସମ୍ବଲପୁର ରେଳ ଷ୍ଟେଶନରୁ ବିଶାଖାପାଟଣା ପର୍ଯ୍ୟନ୍ତ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଟ୍ରେନ୍‌ର ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି। ପରେ ପୁଷ୍ପରେ ସୁସଜ୍ଜିତ ଏହି ଟ୍ରେନ୍‌ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ସମ୍ବଲପୁରରୁ ବିଶାଖାପାଟଣା ଯାତ୍ରା କରଛି। ତେବେ ନଭେମ୍ବର ୨୨ ଓ ୨୩ ତାରିଖରୁ ଯଥାକ୍ରମେ ବିଶାଖାପାଟଣା ଓ ବନାରସ୍‌ରୁ ନିୟମିତ ଯାତ୍ରା ଆରମ୍ଭ କରିବ। ପୂର୍ବରୁ ଏହି ଟ୍ରେନ୍‌ ୮୯୫ କିଲୋମିଟର ଦୂରତା ଅତିକ୍ରମ କରୁଥିବା ବେଳେ ବିଶାଖାପାଟଣାକୁ ସମ୍ପ୍ରସାରଣ ହେଲା ପରେ ଦୂରତା ୧୪୦୦ କିଲୋମିଟରକୁ ବୃ୍‌ଦ୍ଧି ପାଇଛି। ଏହ ଟ୍ରେନ୍‌କୁ ବରଗଡ଼ ରେଳ ଷ୍ଟେଶନରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ବଲାଙ୍ଗୀର ରେଳ ଷ୍ଟେଶନରେ ଏମ୍‌ପି ସଙ୍ଗିତା କୁମାରୀ ସିଂଦେଓ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି ଓ କେସିଙ୍ଗା ରେଳଷ୍ଟେଶନରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ସ୍ବାଗତ କରିଥିଲେ। ଏହି ଅବସରରେ ସେମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରେ ରେଳର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହା ପୂର୍ବରୁ ସମ୍ବଲପୁର ରେଳ ଷ୍ଟେଶନରେ ଆୟୋଜିତ ସମାରୋହରେ ଅତିଥିଭାବେ ଯୋଗଦେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଏହି ଦ୍ୱି-ସାପ୍ତାହିକ ଟ୍ରେନ୍‌ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ମଧ୍ୟରେ ଯୋଗାଯୋଗର ଏକ ଯୁଗାନ୍ତ ପରିବର୍ତ୍ତନ ହୋଇପାରିବ। ଏହା ସହିତ ଉଭୟ ପ୍ରାନ୍ତର ଅଧିବାସୀଙ୍କ ପାଇଁ ବ୍ୟବସାୟ, ଶିକ୍ଷା, ଚିକିତ୍ସା ଆଦି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ଉଭୟ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ତାଙ୍କ ବକ୍ତବ୍ୟରେ କହିଥିଲେ, ୨୦୧୪ରୁ ଓଡ଼ିଶାକୁ ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଇଆସୁଛି। ସମ୍ପ୍ରତି ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଏଥିରେ ସମ୍ବଲପୁର ସହିତ ରାଜ୍ୟର ୫୭ଟି ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ରେଳଷ୍ଟେଶନରେ ପରିଣତ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ୨୦ଟି ରେଳଷ୍ଟେଶନ ଅନ୍ତର୍ଭୁକ୍ତ। ସମ୍ବଲପୁର ରେଳ ଷ୍ଟେଶନର ବିକାଶ ତଥା ଆଧୁନିକୀକରଣ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଟ୍ରେନ୍‌ ରବିବାର ଓ ବୁଧବାର ବିଶାଖାପାଟଣାରୁ ଏବଂ ସୋମବାର ଓ ଗୁରୁବାର ବନାରସରୁ ଛାଡ଼ିବ। ତେବେ ସମ୍ବଲପୁର ସମୟ ସାରିଣୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଉଦ୍‌ଘାଟନୀ ସମାରୋହରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ, ଅତିରିକ୍ତ ପ୍ରବନ୍ଧକ ଶରତ ଶ୍ରୀବାସ୍ତବ, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri