ସମ୍ବଲପୁର ଭାଜପାରେ ବଢ଼ୁଛି କନ୍ଦଳ

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର):ଭାଜପା ଗଡ଼ ଭାବେ ପରିଚିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ଅନ୍ତଃକନ୍ଦଳ ପଦାକୁ ଆସିଛି। ଦୁଇ ପ୍ରଭାରୀଙ୍କ ଉପସ୍ଥିତିରେ ବୁଧବାର ରାତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅପ୍ରତ୍ୟାଶିତ ଭାବେ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ବିଷୟ ଗୁରୁବାର ଜଣାପଡ଼ିବା ପରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି।
ଆଗାମୀ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀର ୭ଟି ଯାକ ବିଧାନସଭା କ୍ଷେତ୍ରରେ ଭାଜପାର ପ୍ରାର୍ଥୀ ଚୟନ ପାଇଁ ସମ୍ବଲପୁର ଭାଜପା କାର୍ଯ୍ୟାଳୟରେ ଚାଲିଥିଲା ଆଲୋଚନା। ଏଥିରେ ଜିଲାସ୍ତରୀୟ ଶୀର୍ଷ ନେତା ଉପସ୍ଥିତ ଥିବା ବେଳେ ଭାଜପାର ଦୁଇ ପ୍ରଭାରୀ ଗୋଲକ ମହାପାତ୍ର ଓ ସୁରେଶ୍ୱର ଶତପଥୀ ଯୋଗଦେଇଥିଲେ। ଲକ୍ଷ୍ୟଥିଲା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ। ସବୁ ଠିକ୍‌ଠାକ୍‌ ଚାଲିଥିଲା। ସର୍ବପ୍ରଥମେ ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହାବାଦ୍‌ ରେଙ୍ଗାଲିରେ ନାଉରୀ ନାୟକ, ଦେବଗଡ଼ରେ ସୁବାସ ପାଣିଗ୍ରାହୀ, ଆଠମଲ୍ଲିକରେ ସଞ୍ଜୀବ ସାହୁ, କୁଚିଣ୍ଡାରେ ରବି ନାୟକ, ଛେଣ୍ଡିପଦା ପାଇଁ ଅଗସ୍ତୀ ନାୟକଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିଲା। ତେବେ ରେଢ଼ାଖୋଲ ଆସନରେ ପ୍ରାର୍ଥତ୍ତ୍ୱ ପାଇଁ ଦେବେନ୍ଦ୍ର ମହାପାତ୍ରଙ୍କ ନାମକୁ କେତେଜଣ ସମର୍ଥକ ପ୍ରସ୍ତାବ ଦେଇଥିଲେ, ଯାହା ବିଚାରାଧୀନ ରହିଛି। ଅନୁରୂପ ଭାବେ ମର୍ଯ୍ୟାଦାଜନକ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରାର୍ଥତ୍ତ୍ୱକୁ ନେଇ ଆଲୋଚନା ସମୟରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ସମ୍ବଲପୁର ଜିଲା ସଭାପତି ଗିରିଶ ପଟେଲଙ୍କ ସମର୍ଥକମାନେ ଦୃଢ଼ ବିରୋଧ କରିଥିଲେ। ଫଳରେ ବୈଠକରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ପ୍ରଭାରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଉତ୍ତେଜନା ପ୍ରଶମିତ ହୋଇଥିଲେ ହେଁ ପ୍ରାର୍ଥିତ୍ୱ ଚୟନ ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଗିରିଶ ସମ୍ବଲପୁର ବିଧାୟକ ଜୟନାରାୟଣଙ୍କ ଏକାନ୍ତ ଅନୁଗତ ଥିଲେ। ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଅନୁପସ୍ଥିତିରେ ଗିରିଶ ଏଠାରେ ଏକାକୀ ସଭାସମିତି ଜରିଆରେ ନିଜର ପ୍ରାର୍ଥତ୍ତ୍ୱ ଜାହିର କରିବାରେ ଲାଗିଛନ୍ତି। ଅପରପକ୍ଷେ କିଛିଦିନ ତଳେ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀଙ୍କୁ ଦଳରେ ଦେଖିବାକୁ ମିଳିବା ପରେ କେତେଜଣ ନେତା ଅସନ୍ତୋଷ ବ୍ୟକ୍ତ କରି ଦଳତ୍ୟାଗ କରିଥିଲେ। ସେହିପରି ସ୍ବାସ୍ଥ୍ୟଗତ କାରଣରୁ ଜୟନାରାୟଣ ମଧ୍ୟ ତାଙ୍କ ଝିଅଙ୍କ ପାଇଁ ଲବି କରୁଥିବା ଚର୍ଚ୍ଚା ହୋଇଥିଲା। ତେବେ ଶିବରାତ୍ରି ଉପଲକ୍ଷେ ଜୟନାରାୟଣଙ୍କ ପକ୍ଷରୁ ଅଭିନନ୍ଦନ ବାର୍ତ୍ତାର ଏକ ବ୍ୟାନରରେ ଭାଜପାର ଅନ୍ୟାନ୍ୟ ଶୀର୍ଷ ନେତୃବର୍ଗଙ୍କ ସହିତ ଜୟନାରାୟଣଙ୍କ ଝିଅଙ୍କ ଫଟୋ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଏ ନେଇ ୨୦୨୩ ଡିସେମ୍ବର ୧୫ ସଂସ୍କରଣରେ ଧରିତ୍ରୀରେ ‘ଜୟନାରାୟଣଙ୍କ ଅନୁଗତ ଏବେ ଆଶାୟୀ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏବେ ଏହା ସମ୍ବଲପୁର ଭାଜପାର ଅନ୍ତଃକନ୍ଦଳରୁ ସତ୍ୟ ପ୍ରମାଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri