ସମ୍ବଲପୁର ଭାଜପାରେ ବଢ଼ୁଛି କନ୍ଦଳ

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର):ଭାଜପା ଗଡ଼ ଭାବେ ପରିଚିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ଅନ୍ତଃକନ୍ଦଳ ପଦାକୁ ଆସିଛି। ଦୁଇ ପ୍ରଭାରୀଙ୍କ ଉପସ୍ଥିତିରେ ବୁଧବାର ରାତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅପ୍ରତ୍ୟାଶିତ ଭାବେ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ବିଷୟ ଗୁରୁବାର ଜଣାପଡ଼ିବା ପରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି।
ଆଗାମୀ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀର ୭ଟି ଯାକ ବିଧାନସଭା କ୍ଷେତ୍ରରେ ଭାଜପାର ପ୍ରାର୍ଥୀ ଚୟନ ପାଇଁ ସମ୍ବଲପୁର ଭାଜପା କାର୍ଯ୍ୟାଳୟରେ ଚାଲିଥିଲା ଆଲୋଚନା। ଏଥିରେ ଜିଲାସ୍ତରୀୟ ଶୀର୍ଷ ନେତା ଉପସ୍ଥିତ ଥିବା ବେଳେ ଭାଜପାର ଦୁଇ ପ୍ରଭାରୀ ଗୋଲକ ମହାପାତ୍ର ଓ ସୁରେଶ୍ୱର ଶତପଥୀ ଯୋଗଦେଇଥିଲେ। ଲକ୍ଷ୍ୟଥିଲା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ। ସବୁ ଠିକ୍‌ଠାକ୍‌ ଚାଲିଥିଲା। ସର୍ବପ୍ରଥମେ ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହାବାଦ୍‌ ରେଙ୍ଗାଲିରେ ନାଉରୀ ନାୟକ, ଦେବଗଡ଼ରେ ସୁବାସ ପାଣିଗ୍ରାହୀ, ଆଠମଲ୍ଲିକରେ ସଞ୍ଜୀବ ସାହୁ, କୁଚିଣ୍ଡାରେ ରବି ନାୟକ, ଛେଣ୍ଡିପଦା ପାଇଁ ଅଗସ୍ତୀ ନାୟକଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିଲା। ତେବେ ରେଢ଼ାଖୋଲ ଆସନରେ ପ୍ରାର୍ଥତ୍ତ୍ୱ ପାଇଁ ଦେବେନ୍ଦ୍ର ମହାପାତ୍ରଙ୍କ ନାମକୁ କେତେଜଣ ସମର୍ଥକ ପ୍ରସ୍ତାବ ଦେଇଥିଲେ, ଯାହା ବିଚାରାଧୀନ ରହିଛି। ଅନୁରୂପ ଭାବେ ମର୍ଯ୍ୟାଦାଜନକ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରାର୍ଥତ୍ତ୍ୱକୁ ନେଇ ଆଲୋଚନା ସମୟରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ସମ୍ବଲପୁର ଜିଲା ସଭାପତି ଗିରିଶ ପଟେଲଙ୍କ ସମର୍ଥକମାନେ ଦୃଢ଼ ବିରୋଧ କରିଥିଲେ। ଫଳରେ ବୈଠକରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ପ୍ରଭାରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଉତ୍ତେଜନା ପ୍ରଶମିତ ହୋଇଥିଲେ ହେଁ ପ୍ରାର୍ଥିତ୍ୱ ଚୟନ ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଗିରିଶ ସମ୍ବଲପୁର ବିଧାୟକ ଜୟନାରାୟଣଙ୍କ ଏକାନ୍ତ ଅନୁଗତ ଥିଲେ। ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଅନୁପସ୍ଥିତିରେ ଗିରିଶ ଏଠାରେ ଏକାକୀ ସଭାସମିତି ଜରିଆରେ ନିଜର ପ୍ରାର୍ଥତ୍ତ୍ୱ ଜାହିର କରିବାରେ ଲାଗିଛନ୍ତି। ଅପରପକ୍ଷେ କିଛିଦିନ ତଳେ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀଙ୍କୁ ଦଳରେ ଦେଖିବାକୁ ମିଳିବା ପରେ କେତେଜଣ ନେତା ଅସନ୍ତୋଷ ବ୍ୟକ୍ତ କରି ଦଳତ୍ୟାଗ କରିଥିଲେ। ସେହିପରି ସ୍ବାସ୍ଥ୍ୟଗତ କାରଣରୁ ଜୟନାରାୟଣ ମଧ୍ୟ ତାଙ୍କ ଝିଅଙ୍କ ପାଇଁ ଲବି କରୁଥିବା ଚର୍ଚ୍ଚା ହୋଇଥିଲା। ତେବେ ଶିବରାତ୍ରି ଉପଲକ୍ଷେ ଜୟନାରାୟଣଙ୍କ ପକ୍ଷରୁ ଅଭିନନ୍ଦନ ବାର୍ତ୍ତାର ଏକ ବ୍ୟାନରରେ ଭାଜପାର ଅନ୍ୟାନ୍ୟ ଶୀର୍ଷ ନେତୃବର୍ଗଙ୍କ ସହିତ ଜୟନାରାୟଣଙ୍କ ଝିଅଙ୍କ ଫଟୋ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଏ ନେଇ ୨୦୨୩ ଡିସେମ୍ବର ୧୫ ସଂସ୍କରଣରେ ଧରିତ୍ରୀରେ ‘ଜୟନାରାୟଣଙ୍କ ଅନୁଗତ ଏବେ ଆଶାୟୀ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏବେ ଏହା ସମ୍ବଲପୁର ଭାଜପାର ଅନ୍ତଃକନ୍ଦଳରୁ ସତ୍ୟ ପ୍ରମାଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri