India’s Got Latent: ଇନ୍‌ଷ୍ଟାଗ୍ରାମରେ ଜଣେ ଯୁବତୀଙ୍କୁ ଫଲୋ କରନ୍ତି ସମୟ ରାଇନା, ନାଁ ଶୁଣିଲେ…

ମୁମ୍ବାଇ: ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ ବିବାଦ ଘେରକୁ ଆସିଛି। ରଣବୀର ଆହ୍ଲାବାଦିଆଙ୍କ ମାତାପିତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ପରେ ସମୟ ରାଇନା ମଧ୍ୟ ବିବାଦରେ ଫସିଛନ୍ତି। ତେବେ ସମୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ତାଙ୍କୁ ୬୦ ଲକ୍ଷ ଲୋକ ଫଲୋ କରନ୍ତି। କିନ୍ତୁ ସମୟ କେବଳ ଜଣେ ମାତ୍ର ଯୁବତୀଙ୍କୁ ଫଲୋ କରନ୍ତି। ଯାହାଙ୍କ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସମୟ ଭାରତ ଏବଂ ବିଦେଶରେ ଶୋ’ କରୁଛନ୍ତି। ସେ ତାଙ୍କ ଶୋ’ ଯୋଗୁ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। କିଛି ଲୋକ ସମୟଙ୍କ ଡାର୍କ କମେଡିକୁ ପସନ୍ଦ କରନ୍ତି ତ କିଛି ଲୋକ ଏହାକୁ ଅଶ୍ଳୀଳ ବୋଲି କୁହନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଶୋ’ର ଭିଡିଓ ମଧ୍ୟ ଶେୟାର କରୁଛନ୍ତି।

ସମୟ କେବଳ ଜଣେ ଯୁବତୀଙ୍କୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରିଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ। ରାକ୍ଷୀ ସମୟଙ୍କ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ମଧ୍ୟ ଦେଖା ଦେଇଥିଲେ। ଯେଉଁଠାରେ ରାକ୍ଷୀ ବି ଗାଳିଗୁଲଜର କରୁଥିବାର ଦେଖାଯାଇଥିଲା। ରଣବୀରଙ୍କ ମନ୍ତବ୍ୟ ପରେ ରାକ୍ଷୀ ସମୟଙ୍କ ସମର୍ଥନରେ ବାହାରିଛନ୍ତି।

ଏକ ସାକ୍ଷାତକାରରେ ରାକ୍ଷୀ ସମୟଙ୍କୁ ସମର୍ଥନ କରିଛନ୍ତି। ରାକ୍ଷୀ କହିଛନ୍ତି, ଜଣେ ବ୍ୟକ୍ତି ଭୁଲ୍‌ କରିଥିଲେ କିନ୍ତୁ ଅନ୍ୟମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି? ରଣବୀର କିଛି ଭୁଲ୍‌ କହିଛନ୍ତି ଏବଂ ମୁଁ ମଧ୍ୟ ସହମତ ଯେ, ସେ ଭୁଲ କରିଛନ୍ତି। କିନ୍ତୁ କେବଳ ସମୟଙ୍କ ଉପରେ କାହିଁକି ଆକ୍ରମଣ ହେଉଛି? ଯେତେବେଳେ ନଓ୍ବାଜୁଦ୍ଦିନ ସିଦ୍ଦିକି ସାକ୍ରେଡ ଗେମ୍ସରେ ଏକ ବୋଲ୍ଡ ଭୂମିକାରେ ଅଭିନୟ କରିଥିଲେ, କେହି କୌଣସି ପ୍ରଶ୍ନ ପଚାରି ନ ଥିଲେ। ଯଦି ଏହି ଶୋ’କୁ ନିଷିଦ୍ଧ କରାଯାଉଛି, ତେବେ ସମସ୍ତ ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଦିଆଯିବା ଉଚିତ୍‌। ଏହା ଭୁଲ୍‌।

ସମୟଙ୍କୁ ମଧ୍ୟ ଆଜି ତାଙ୍କର ବୟାନ ରେକର୍ଡ କରିବାକୁ ପଡ଼ିଲା। ସମୟଙ୍କ ଓକିଲ ଥାନାରେ ପହଞ୍ଚିଥିଲେ। ସେ କହିଥିଲେ ଯେ, ସମୟ ବିଦେଶରେ ଅଛନ୍ତି ଏବଂ ୧୭ ମାର୍ଚ୍ଚରେ ଫେରିବେ। ସମୟଙ୍କ ଓକିଲ ସାଇବର ସେଲ୍‌ରେ ତାଙ୍କର ଯାତ୍ରା ଟିକେଟ ଏବଂ ଶୋ’ ସୂଚୀ ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri