ଜୟପୁର,୧୩।୮: ରାଜସ୍ଥାନର ଦୌସାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାପି ନିକଟରେ ଏକ ଯାତ୍ରୀବାହୀ ପିକଅପ ଏବଂ ଏକ ଟ୍ରଲର ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଆହତ ହୋଇଛନ୍ତି। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ୩ ଜଣଙ୍କୁ ଜିଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।


