ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟାଙ୍କ ବିଚ୍ଛେଦ…

ମୁମ୍ବାଇ,୪।୧୦: ସାଉଇ୍‌ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟା ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି। ସମନ୍ଥା ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ସମସ୍ୟା ଉପୁଜିଥିଲା। ସମନ୍ଥା ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ, ବହୁ ଚିନ୍ତା ଏବଂ ବିଚାର ବିମର୍ଷ ପରେ ଦୁହେଁ ସ୍ତ୍ରୀ ସ୍ବାମୀ ଭାବେ ଆଉ ନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଚୈତନ୍ୟାଙ୍କ ପିତା ଅଭିନେତା ନାଗାର୍ଜୁନ ଏହି ବିବାହ ବିଚ୍ଛେଦ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ସୈମ୍‌ ଏବଂ ଚୈଙ୍କ ମଧ୍ୟରେ ହୋଇଥିବା ଏଭଳି ଦୁଃଖ ଦାୟକ ଘଟଣାରେ ଆମ ପରିବାର ମର୍ମାହତ। ଦୁହିଁଙ୍କୁ ଈଶ୍ୱର ଏସମୟରେ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।

୨୦୧୭ ଅକ୍ଟୋବର ୭ରେ ଦୁହିଁଙ୍କର ବିବାହ ହୋଇଥିଲା। ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିଛି ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ସମନ୍ଥା ୫୦ କୋଟି ଟଙ୍କାର କ୍ଷତି ପୂରଣ ନେବାକୁ ମନା କରି ଦେଇଛନ୍ତି। ଦୁହିଁଙ୍କ ମଧ୍ୟରେ ବୁଝାମଣା ପାଇଁ ୨୦୦ କୋଟିର ଟଙ୍କା ଅଫର ପ୍ରଦାନ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ମାତ୍ର ଏସବୁକୁ ସମନ୍ଥା ମନା କରିଛନ୍ତି। ଏକ୍କିନେନି ପରିବାରଠାରୁ ସେ କିଛି ନେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଇତିମଧ୍ୟରେ ସମନ୍ଥା ସୋସିଆଲ ମିଡ଼ିଆରେ ନିଜ ନାମରୁ ଏକ୍କିନେନି ହଟାଇ ଦେଇଛନ୍ତି। ଏହା ପରିବର୍ତ୍ତେ ସେ ସମନ୍ଥା ରୁଥ ପ୍ରଭୁ ଲେଖିଛନ୍ତି।

Share