Categories: ଜାତୀୟ

ଅଖିଳେଶଙ୍କୁ ଝଟକା: ଏସ୍‌ପିର ମେୟର ପ୍ରାର୍ଥୀ ଅର୍ଚ୍ଚନା ବର୍ମା ଭାଜପାରେ ସାମିଲ

ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶର ଶାହଜାହାନପୁରରେ ପ୍ରଥମ ଥର ପାଇଁ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ବଡ଼ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ସମାଜବାଦୀ ପାର୍ଟି ଦ୍ୱାରା ମେୟର ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ବର୍ମା ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ଅର୍ଥମନ୍ତ୍ରୀ ସୁରେଶ ଖନ୍ନାଙ୍କ ଉପସ୍ଥିତିରେ ଲକ୍ଷ୍ନୌ ଭାଜପା କାର୍ଯ୍ୟାଳରେ ଅର୍ଚ୍ଚନା ବର୍ମା ଦଳରେ ସାମିଲ ହୋଇଛନ୍ତି।

ଅର୍ଚ୍ଚନା ବର୍ମା ହେଉଛନ୍ତି ରାମମୂର୍ତ୍ତି ବର୍ମାଙ୍କ ବୋହୂ, ଯିଏ ଅଖିଳେଶ ସରକାରରେ ମନ୍ତ୍ରୀ ଥିଲେ। ଏସପି ତାଙ୍କୁ ମେୟର ଟିକେଟ ମଧ୍ୟ ଦେଇଥିଲେ, କିନ୍ତୁ ସେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଝଟକା ଦେଇ ଭାଜପାରେ ଯୋଗ ଦେଇଛନ୍ତି।

Share