Categories: ଜାତୀୟ

ବିଗିଡିଲା ଆଜମ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୨୯।୫:ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ରବିବାର ବିଗିଡି ଯାଇଛି। ଏହା ପରେ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଛାତିରେ ସମସ୍ୟା ଥିବା କୁହାଯାଉଛି।
ବିଭିନ୍ନ ମାମଲାରେ ସୀତାପୁର ଜେଲରେ ଥିବା ଆଜମଙ୍କୁ ମେ ୨୦ରେ ଜାମିନରେ ମୁକ୍ତ କରାଯାଇଥିଲା। ସେବେଠାରୁ ସେ ବହୁତ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ସେ ୟୁପି ବିଧାନସଭାରେ ବିଧାୟକ ପଦ ପୋଇଁ ଶପଥ ଗ୍ରହଣ କରିଥିଲେ।

Share