Categories: ଜାତୀୟ

ଦ୍ୱାଦଶ ପରୀକ୍ଷାରେ ଅଖିଳେଶଙ୍କ ଝିଅ ରଖିଲେ ୯୮%

ନୂଆଦିଲ୍ଲୀ,୧୧।୭: ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଆଇଏସ୍‌ସି ବୋର୍ଡର ଦ୍ୱାଦଶ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ପାସ୍‌ କରିଛନ୍ତି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଅଖିଳେଶ। ସ୍ତ୍ରୀ ଡିମ୍ପଲ ଏବଂ ଝିଅଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି ସେ। ଝିଅଙ୍କ ସହ ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆଇଏସ୍‌ସି ବୋର୍ଡର ଭଲ ପରୀକ୍ଷାଫଳ ଆସିଛି। ଆଇସିଏସ୍‌ଇର ଦଶମ ଶ୍ରେଣୀରେ ୯୯.୩୩%,ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀରେ ୯୬.୮୪% ଛାତ୍ରୀଛାତ୍ର ସଫଳତାର ସହ ଉର୍ତ୍ତିର୍ଣ୍ଣ ହୋଇଛନ୍ତି।

Share