ଫୋନ୍‌ ଟ୍ୟାପିଂ ଅଭିଯୋଗ ଉପରେ ସାମ୍‌ ପିତ୍ରୋଡାଙ୍କ ବଡ଼ ବୟାନ: ପ୍ରଧାନମନ୍ତ୍ରୀ ଏପରି…

ନୂଆଦିଲ୍ଲୀ,୧୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍‌କୁ ଟ୍ୟାପିଂ କରିଥିତ୍ବା ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି କରିଥିବା ବେଳେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଏହାକୁ ଖଣ୍ଡନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଫୋନ୍‌ ଟ୍ୟାପିଂ କରନ୍ତି ନାହିଁ ବୋଲି ପିଟ୍ରୋଡା କହିଛନ୍ତି। ସେ ନିଜକୁ ରାହୁଲଙ୍କ ଅଭିଯୋଗଠାରୁ ଦୂରେଇ ରଖି ପ୍ରଧାନମନ୍ତ୍ରୀ ଫୋନ୍‌ ଟ୍ୟାପିଂ କରିବା ବିଶ୍ୱାସ ହେଉନାହିଁ ବୋଲି କହିଛନ୍ତି।

ପିଟ୍ରୋଡା ନିଜ ଫୋନ୍‌ ଟ୍ୟାପ୍‌ ହେବା, ଲାପ୍‌ଟପ୍‌ ଆକ୍ରମଣର ଶିକାର ହେବା ଓ ବ୍ୟାଙ୍କ ଆକାଉଣ୍ଟ ଉପରେ ନଜର ରଖାଯିବା ନେଇ ବିଶ୍ୱାସ କରିବାର କାରଣ ରହିଥିବା କହିଛନ୍ତି। ବିଶେଷଜ୍ଞମାନେ ଏନେଇ ତାଙ୍କୁ ସତର୍କ କରାଇଥିଲେ। ତେବେ କିଏ ତାଙ୍କ ଫୋନ୍‌ ଟ୍ୟାପିଂ କରିଥିବା ବିଶ୍ୱାସ କରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ପିଟ୍ରୋଡା ନଁା କହିବାକୁ ମନା କରି ଦେଇଥିଲେ।

Share