ପ୍ରଯୋଜକଙ୍କୁ ମାର୍‌ପିଟ୍‌ କରି ବିବାଦରେ ଏହି ଅଭିନେତା, ଜୁହୁ ଥାନାରେ ରୁଜୁ ହେଲା ମାମଲା

ମୁମ୍ବାଇ: ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି। ତାଙ୍କ ନାଁରେ ପ୍ରଯୋଜକଙ୍କୁ ମାର୍‌ପିଟ୍‌ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ସେ ଧମକ ଦେଇଥିବା ଜଣାପଡିଛି। ଏନେଇ ଜୁହୁ ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି।

ଅଭିନେତା ଜଣକ ହୋଟେଲ ରୁମ ଭିତରେ ଫିଲ୍ମ ପ୍ରଯୋଜକ ସ୍ୟାମ ଫର୍ଣ୍ଣାଣ୍ଡିସ୍‌ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେବା ଓ ମାର୍‌ପିଟ କରିଥିବା ନେଇ ପ୍ରଯୋଜକ ନିଜେ ଅଭିଯୋଗ ଆଣିଛନ୍ତି।
ତେବେ ଆଦିତ୍ୟଙ୍କ ବିରୋଧରେ ଏଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ତାଙ୍କ ପଡୋଶୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ ଜେଲ ଯାଇଥିଲେ।

Share