ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିରରେ ଅଧିକାଂଶ ସାମୂହିକ ଅଭିଯୋଗ ଭାବେ ପାନୀୟ ଜଳ ସମସ୍ୟା ନିରାକରଣ ପାଇଁ ଆବେଦନପତ୍ର ଆସୁଛି। ଜିଲାରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ଓ୍ବେଲରୁ ଲୁଣାପାଣି ବାହାରୁଛି। ଖରାଦିନ ଆରମ୍ଭରୁ ଏହି ସମସ୍ୟା ଦେଖା ଦେଇଥିବାବେଳେ ଆସନ୍ତା ମାସଗୁଡ଼ିକ ଜିଲାବାସୀଙ୍କ ପାଇଁ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସୂଚନା ଅଧିକାର ଅଭିଯାନର ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ପ୍ରବାହିତ ହେଉଛି। ଏଥିସହ ୨୭ଟି ଶାଖା ନାଳ ଜଳପଥ ଏହି ଜିଲାରେ ଅଛି । ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ଟ୍ୟୁବ୍‌ୱେଲ, ୩୩୧ ପାନୀୟ ଜଳ ପ୍ରକଳ୍ପ, ୧୮୧ ଓଭରହେଡ ଟାଙ୍କି ଜିଲାବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ତଥ୍ୟରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାବାସୀଙ୍କ ଶୋଷ ମେଣ୍ଟୁନାହିଁ। ରାଜ୍ୟର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ଜଳଶକ୍ତି ଅଭିଯାନ ମାଧ୍ୟମରେ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହାର ସୁଫଳ ଜିଲାବାସୀ ଅନୁଭବ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ନଳ ଭିତରେ ଜଳ ଯୋଜନା ଏହି ଜିଲାରେ ଏବେ ବି ସ୍ବପ୍ନ ହୋଇ ରହିଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ, ପ୍ରତାପ ରଞ୍ଜନ ତ୍ରିପାଠୀ, ଦେବାଶିଷ ସାମଲ, ମନୋଜ କୁମାର ରାଉତ, ହରେକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି, ୭ ନଦୀ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳସଙ୍କଟ ଏକ ମୁଖ୍ୟ ସମସ୍ୟା। ସମୁଦ୍ର ତଟବର୍ତ୍ତୀ ଜିଲା ହୋଇଥିବାରୁ ଭୂତଳ ଜଳ ଲୁଣା ହୋଇଯାଇଛି। ୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ଗ୍ରାମାଞ୍ଚଳରେ ଥିବା ପାଣି ଟାଙ୍କିଗୁଡିକ ପ୍ରାୟ ଶୁଖିଲା ରହୁଛି। ଗୋଟିଏ ଟ୍ୟୁବ୍‌ୱେଲ ଖୋଳିଲେ ଅନୂ୍ୟନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେଥିରେ ମଧ୍ୟ ଲୁଣାପାଣି ବାହାରୁଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ବ୍ୟାରେଜ, ଶିଳ୍ପ, କ୍ଷେତ ଆଦି ୭ ନଦୀରୁ ଜଳ ଶୋଷୁଛି। ଫଳରେ ଜଳଧାର ହ୍ରାସ ହୋଇଛି। ଏହାଯୋଗୁ ଭୂତଳ ଜଳ ରିଚାର୍ଜ ହେବା ସମ୍ଭାବନା କମିଛି। ଜିଲାର ଗରଦପୁର ବ୍ଲକ ଅଞ୍ଚଳର ଭୂତଳ ଜଳସ୍ତର ପାନୀୟ ଜଳ ପାଇଁ ଅନୁପଯୁକ୍ତ ବୋଲି ରାଜ୍ୟ ଓ କେନ୍ଦ୍ର ଜଳସମ୍ପଦ ବିଭାଗ ରିପୋର୍ଟରୁ ସୂଚନା ମିଳିଛି। ସେହିପରି ଆଳି, ରାଜନଗର, ରାଜକନିକା ଅଞ୍ଚଳରେ କେନାଲ ନାହିଁ। ଏଠାରେ ଭୂତଳ ଜଳ ରିଚାର୍ଜ ହୋଇ ପାରୁ ନ ଥିବାରୁ ପାନୀୟ ଜଳ ସ୍ଥିତି ମହାକାଳପଡ଼ା ବ୍ଲକ ପରି ଅଭାବ ଦେଖାଦେଇଛି। ଭୂତଳ ଜଳସ୍ତର ରିଚାର୍ଜ ପାଇଁ ୨୦୧୯ରେ ରାଜ୍ୟର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ ଜଳଶକ୍ତି ଅଭିଯାନରେ ସାମିଲ କରାଯାଇଛି। ଏହି ଅଭିଯାନରେ ପ୍ରତି ଟ୍ୟୁବ୍‌ୱେଲରେ ସକିଂ ପିଟ୍‌ ପାଇପ ଫିଟିଂ, ବନୀକରଣ, ବର୍ଷାଜଳ ସଂରକ୍ଷଣ, ଜଳଉତ୍ସର ପୁନରୁଦ୍ଧାର ଆଦିକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ଅଭିଯାନ ଜିଲାର ପ୍ରଶାସନିକ ଅବହେଳା ଯୋଗୁ ଫେଲ ମାରିଛି। ଫଳରେ ଭୂତଳ ଜଳ ରିଚାର୍ଜ ହୋଇପାରୁନାହିଁ। ଅପରପକ୍ଷରେ ୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲାର ସମସ୍ତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ମାତ୍ର ୩୩ ହଜାର ପରିବାର ଏଥିରୁ ଉପକୃତ ହୋଇଛନ୍ତି। ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ମେଗା ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜମି ଓ ପରିବେଶ ସମ୍ପର୍କରେ ତଦନ୍ତ ହୋଇନାହିଁ। ଫଳରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଏନ୍‌ଜିଟି ମାମଲାରେ ଛନ୍ଦି ହୋଇଗଲା। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରେ ଅଧିକାଂଶ ଗ୍ରାମାଞ୍ଚଳରେ ପାଣି ସମସ୍ୟା ଥିବା ଅଭିଯୋଗ ଆସୁଛି। ଏହାର ନିରାକରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ନିର୍ମାଣାଧୀନ ମେଗା ପାଇପ ୱାଟର ପ୍ରୋଜେକ୍ଟକୁ ତୁରନ୍ତ ସାରିବା ପାଇଁ ଆର୍‌ଡବ୍ଲ୍ୟୁଏସ୍‌ ଆଣ୍ଡ ଏସ୍‌ ବିଭାଗ ସହ ଠିକା ସଂସ୍ଥା ସହିତ ଆଲୋଚନା ହୋଇଛି। ଏଥିସହ ବିଭିନ୍ନ ଗ୍ରାମର ପରିବାରକୁ ପାଇପ ପାଣି ସଂଯୋଗ ପାଇଁ ପ୍ରକଳ୍ପ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚିବ ବୋଲି ସେ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri