Posted inଖେଳ

ସଲ୍‌ମାଙ୍କ ସ୍ପେଲ୍‌ ନିର୍ଣ୍ଣାୟକ: ସ୍ମୃତି

ଶାରଜା, ୧୧।୧୧(ପି.ଟି.)- ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ୍‌ରେ ବାଜି ମାରିଛି ଟ୍ରେଲ୍‌ ବ୍ଲେଜର୍ସ। ସୋମବାର ଅନୁଷ୍ଠିତ ଫାଇନାଲରେ ଗତ ୨ ବର୍ଷର ଚାମ୍ପିୟନ ସୁପରନୋଭାସକୁ ୧୬ ରନରେ ହରାଇ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଏହି ଦଳ। ଲୋ ସ୍କୋରିଂ ମ୍ୟାଚରେ ଟ୍ରେଲ୍‌ବ୍ଲେଜର୍ସ ମାତ୍ର ୧୧୮ ରନ କରିଥିଲେ ହେଁ ତାହାକୁ ଚେଜ୍‌ କରିପାରି ନ ଥିଲା ହରମନପ୍ରୀତ କୌରଙ୍କ ସୁପରନୋଭାସ। ଏହି ଦଳ ପୂରା ୨୦ ଓଭର ଖେଳିଥିଲେ ହେଁ ୭ ଉଇକେଟ ହରାଇ ୧୦୨ ରନ କରିପାରିଥିଲା। ଏଥିରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଚାମ୍ପିୟନ ଦଳର ଅଧିନାୟିକା ସ୍ମୃତି। ଲୋ ସ୍କୋରିଂ ଗେମ୍‌ ହୋଇଥିଲେ ହେଁ ତାଙ୍କ ସ୍ପିନରମାନେ ଏହାକୁ ଡିଫେଣ୍ଡ କରିବାର କ୍ଷମତା ରଖିଛନ୍ତି ବୋଲି ସେ ସର୍ବଦା ବିଶ୍ୱାସ କରିଥାନ୍ତି। ପିଚ୍‌ କ୍ରମେ ସ୍ଲୋ ହୋଇଥିବାରୁ ଫାଇନାଲରେ ତାଙ୍କ ଦଳର ବିଜୟ ସମ୍ଭବ ହେଲା ବୋଲି ସେ ପ୍ରକାଶ କରିଛନ୍ତି। ” ଏହା ଏକ ଚମତ୍କାର ପ୍ରଦର୍ଶନ ଥିଲା। ଆମେ ୧୩୦-୪୦ ରନ କରିବାକୁ ଚାହିଁଥିଲୁ, ମାତ୍ର ଶେଷ ଭାଗରେ ଟ୍ରାକ୍‌ଚ୍ୟୁତ ହେଲୁ। ପିଚ୍‌ ସ୍ଲୋ ଥିବାରୁ ଏବଂ ମ୍ୟାଚ ଆଗେଇବା ସହିତ ଅଧିକ ସ୍ଲୋ ହେଉଥିବାରୁ ୧୨୦ ପାଖାପାଖି ଚ୍ୟାଲେଞ୍ଜିଂ ସ୍କୋର ବୋଲି ମୁଁ ଅନୁଭବ କରିଥିଲି। ଆମର ସ୍ପିନ୍‌ ଆକ୍ରମଣ ବହୁତ ଭଲ। ଆମେ ମ୍ୟାଚର ପ୍ରଥମ ବଲ୍‌ରୁ ସକାରାତ୍ମକ ଫଳାଫଳ ପାଇଥିଲୁ“ ବୋଲି ମାନ୍ଧାନା କହିଛନ୍ତି। ଅଫ୍‌ ସ୍ପିନର ସଲ୍‌ମା ଖାତୁନ ୧୯ତମ ଓଭରରେ ୩ ଉଇକେଟ ନେଇଥିଲେ। ଏହା ମଧ୍ୟରେ ଅଧିନାୟିକା ହରମନପ୍ରୀତଙ୍କ ଉଇକେଟ ସାମିଲ ଥିଲା। ”ସଲ୍‌ମା ବଢ଼ିଆ ବୋଲିଂ କରିଥିଲେ। ଏହାକୁ ମ୍ୟାଚ ବିଜୟୀ ସ୍ପେଲ କୁହାଯାଇପାରିବ। ସେ ଜଣେ ଅଭିଜ୍ଞ ଖେଳାଳି। ନିଜ ଉପରେ ବିଶ୍ୱାସ ରଖିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଥିଲି। ସେ ନିଜ ଅଭିଜ୍ଞତାର ଉପଯୋଗ କଲେ ଏବଂ ଫଳାଫଳରେ ତାହା ପ୍ରତିଫଳିତ ହେଲା“ ବୋଲି ସେ କହିଛନ୍ତି।
ଟ୍ରେଲ୍‌ ବ୍ଲେଜର୍ସ ଦଳର ଥାଇଲାଣ୍ଡ ଖେଳାଳି ନଥାକନ୍‌ ଚନଥାମଙ୍କ ଏକ ବାଉଣ୍ଡାରି ଫିଲ୍ଡିଂ ଏବେ ଚର୍ଚ୍ଚାରେ ରହିଛି। ତେଣୁ ସ୍ବାଭାବିକଭାବେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ଅଧିନାୟିକା। ଚନ୍‌ଥାମ ପଡ଼ିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ଆକ୍ରୋବେଟିକ୍‌ ଦକ୍ଷତା ଦେଖାଇ ସେ ଯେପରି ବାଉଣ୍ଡାରି ଅଞ୍ଚଳରେ ବଲ୍‌କୁ ଅଟକାଇଲେ ତାହା ମହିଳା କ୍ରିକେଟ ପାଇଁ ଏକ ଭଲ ବିଜ୍ଞାପନ। ସେ କଭର ଅଞ୍ଚଳରେ ଏକ ଚିତ୍ତାକର୍ଷକ କ୍ୟାଚ ମଧ୍ୟ ନେଇଥିଲେ। ଫିଲ୍ଡିଂ ସମୟରେ ଚନ୍‌ଥାମ ୨-୩ ଥର ଯେପରି ଦକ୍ଷତା ଦେଖାଇଲେ ତାହା ମହିଳା କ୍ରିକେଟରେ ମୁଁ କେବେ ଦେଖି ନ ଥିଲି ବୋଲି ମାନ୍ଧାନା ପ୍ରକାଶ କରିଛନ୍ତି। କୋଭିଡ-୧୯ ପାଇଁ ଦୀଘଦିନପରେ କ୍ରିକେଟ ଖେଳିବା ସୁଯୋଗ ପାଇଥିବାରୁ ସମସ୍ତେ ଖୁସିଥିବା ସେ କହିଛନ୍ତି। ” ଆମେ ଖେଳିବା ସହିତ ସମସ୍ତଙ୍କ ସହ ମିଶିବାକୁ ଚାହୁଁଥିଲୁ। ଆମେ ୭ ମାସ ହେଲା ପରସ୍ପରକୁ ଦେଖି ନ ଥିଲୁ। ଏପରି ପୂର୍ବରୁ କେବେ ହୋଇ ନ ଥିଲା। ଗତ ୬ ମାସ ସମ୍ପୂର୍ଣ୍ଣ ବିଶ୍ୱ ପାଇଁ କଷ୍ଟଦାୟକ ଥିଲା। ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ମୁଁ ଧନ୍ୟବାଦ ଜଣାଉଛି। ଆଗକୁ ମଧ୍ୟ ଖେଳ ବଜାୟ ରଖିବାନେଇ ଆଶା ରହିଛି। ଏହା ହୋଇପାରିଲେ ଆମେ ନିଶ୍ଚିତ ଖୁସି ହେବୁ“ ବୋଲି ସେ କହିଛନ୍ତି। ସୁପରନୋଭାସର ସିନିୟର ଶ୍ରୀଲଙ୍କା ଖେଳାଳି ଶଶିକଳା ଶିରିବର୍ଦ୍ଧନେ ମଧ୍ୟ ଏହି ଇଭେଣ୍ଟ ଆୟୋଜନ ପାଇଁ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri