ଦିବ୍ୟାଙ୍ଗ ପିଲାଙ୍କୁ ସଲମାନ୍‌ଙ୍କ ସର୍‌ପ୍ରାଇଜ୍‌

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଖୁବ୍‌ ଭଲ ରେସ୍ପନ୍ସ ମଧ୍ୟ ମିଳିବାରେ ଲାଗିଛି। ସବୁବେଳେ ପିଲାମାନଙ୍କ ପାଇଁ କିଛି ଖାସ୍‌ କରିବାକୁ ଚାହୁଁଥିବା ସଲମାନ୍‌ ଏଥର ବି ଦିବ୍ୟାଙ୍ଗ ପିଲାଙ୍କୁ ସରପ୍ରାଇଜ୍‌ ଦେବାକୁ ଭୁଲି ନାହାନ୍ତି। ଫିଲ୍ମକୁ ଉପଭୋଗ କରିବା ପାଇଁ ସିନେମାଘରେ ଦର୍ଶକଙ୍କ ଲମ୍ବା ଲାଗିନ୍‌ ଲାଗିଥିବାବେଳେ ଦିବ୍ୟାଙ୍ଗଙ୍କ ପାଇଁ ଫିଲ୍ମର ସ୍ପେସାଲ ସ୍କ୍ରିନିଂ ବ୍ୟବସ୍ଥା କରିଛନ୍ତି ସଲମାନ। ଅନ୍ୟପକ୍ଷେ ଫିଲ୍ମର ଟିକଟ ଦର କମାଇବାକୁ ନେଇ ମଧ୍ୟ ନାୟକ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଫରାନ୍‌ ଶାମଜିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଶୁକ୍ରବାର ରିଲିଜ୍‌ ହୋଇଛି। ଏଥିରେ ପୂଜା ହେଗ୍‌ଡେ, ଦଗୁବତୀ ଭେଙ୍କଟେଶ, ଶେହନାଜ ଗିଲ୍‌ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Share