ରିଲିଜ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଶୁକ୍ରବାର ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ତେବେ ପ୍ରାୟ ତିନି ବର୍ଷ ପରେ ସଲମାନ ଏହି ଫିଲ୍ମ ମାଧ୍ୟମରେ ପରଦାକୁ ପେରିଛନ୍ତି, ଯାହାକୁ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛ। ଯଦିଓ ଏହା ଭାଇଜାନଙ୍କ ଫିଲ୍ମ, ତେବେ ବହୁତ ଆଗୁଆ ବୁକିଂ ହୋଇଛ।ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଛନ୍ତି।

ଫରହାଦ ସମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଭେଙ୍କଟେଶ, ଭୂମିକା ଚାୱଲା, ଜଗପତି ବାବୁ, ବିଜୟନ୍ଦର ସିଂ, ଶେହନାଜ ଗିଲ, ରାଘବ ଜୁୟାଲ, ପାଲକ ତିୱାରୀ, ଜାସି ଗିଲ, ସିଦ୍ଧାର୍ଥ ନିଗମ ଏବଂ ଅନ୍ୟମାନେ ମଧ୍ୟ ଅଭିନୟ କରିଛନ୍ତି।

Share