ପିଲାଦିନ ଫଟୋରେ ଏମିତି ଦିଶୁଛନ୍ତି ସଲମାନଙ୍କ ହିରୋଇନ୍‌

ବଲିଉଡର ଅନେକ ଷ୍ଟାର ପ୍ରାୟତଃ ସେମାନଙ୍କର ପିଲାଦିନର ଫଟୋ ଶେୟାର କରନ୍ତି। ସେ ଏହି ଫଟୋଗୁଡ଼ିକରେ ବହୁତ ସୁନ୍ଦର ଦେଖାଯାନ୍ତି। ଏଥିରେ ସେମାନଙ୍କୁ ଚିହ୍ନିବା ସହଜ ହୋଇ ନ ଥାଏ। କାରଣ ଅନେକଙ୍କ ପିଲାଦିନ ଫଟୋରେ ସମ୍ପୂର୍ଣ୍ଣ ଭିନ୍ନ ଚେହେରା ଥାଏ । ବର୍ତ୍ତମାନ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତାଙ୍କ ପିଲାଦିନର ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଠିକ୍‌ ଏକ କଣ୍ଢେଇ ପରି ଦେଖାଯାଉଛନ୍ତି।

ପିଲାଦିନର ଫଟୋ ଶେୟାର କରିଥିବା ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି। ଜ୍ୟାକଲିନ ଫର୍ଣ୍ଣାଣ୍ଡିସ । ସେ ତାଙ୍କ ଫିଲ୍ମ ଏବଂ ଅଭିନୟ ତଥା ସୋସିଆଲ ମିଡିଆ ପୋଷ୍ଟ ଯୋଗୁ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ପିଲାଦିନ ପାସପୋର୍ଟ ସାଇଜ୍‌ର ଏକ ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି – ‘ଏହା ହେଉଛି ୱିକେଣ୍ଡ’। ତାଙ୍କର ଏହି ଫଟୋକୁ ଅନେକ ପସନ୍ଦ କରିଥିବାବେଳେ ବଲିଉଡ ଷ୍ଟାର୍‌ମାନେ ମଧ୍ୟ କମେଣ୍ଟ କରିଛନ୍ତି।

ତାଙ୍କର ଆଗାମୀ ଫିଲ୍ମ ହେଉଛି ‘କିକ୍‌ ୨’। ତାଙ୍କୁ ପୁଣି ସଲମାନ ଖାନଙ୍କ ସହ ଦେଖିବାକୁ ମିଳିବ। ଏହି ଯୋଡ଼ି ୨୦୧୪ରେ ଆକ୍ସନ ହିଟ୍‌ ଫିଲ୍ମ ‘କିକ୍‌’ରେ ଅଭିନୟ କରିଥିଲେ।

Share