ବଲିଉଡରେ ୨୫ ବର୍ଷ: ଅଭିନୟ କରିବା ପୂର୍ବରୁ ହୋଟେଲରେ କାମ କରୁଥିଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌। ବି ଟାଉନରେ ତାଙ୍କର ଦବଦବା କମ୍‌ ନୁହେଁ। କେତେବେଳେ ସେ ଫ୍ୟାନ୍ସଙ୍କ ପାଇଁ ଦବଙ୍ଗ ପାଲଟି ଯାଆନ୍ତି ତ କେତେବେଳ ମୁନିର ବଦନାମ ପ୍ରେମିକ। ଆଜି ସେହି ବ୍ୟାଚଲର ବୟ ସଲମାନଙ୍କ ଜନ୍ମଦିନ। ବଲିଉଡକୁ ଭେଟି ଦେଉଥିବା ଗୋଟିଏ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ସୁପର ହିଟ୍‌ ହୋଇଥାଏ। ସେ ବଲିଉଡ ଇଣ୍ଡଷ୍ଟ୍ରିର ଅଧିକ ଦରମା ପାଉଥିବା ଅଭିନେତା ଭାବରେ ମଧ୍ୟ ଜଣାଶୁଣା। କେବଳ ଫିଲ୍ମ ନୁହେଁ ବହୁ ବଡ ବଡ ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସଡର ରହିବା ସହ ଲୋକପ୍ରିୟ ଟିଭି ଶୋ ‘ବିଗ ବସ୍‌’ର ହୋଷ୍ଟ ମଧ୍ୟ ଅଟନ୍ତି। ଭାଇଜାନ ବଲିଉଡରେ ୨୫ବର୍ଷ ପୂରଣ କରି ସାରିଛନ୍ତି।

ଭାଇଜାନ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ବି ସେ ତାଙ୍କ ବାପାମାଆଙ୍କ ପାଖରେ ରହୁଛନ୍ତି। ନିଜେ ସଂଘର୍ଷର କରି ପରିଚୟ ସୃଷ୍ଟି କରିଥିବା ଭାଇଜାନଙ୍କ ପ୍ରଥମେ ଅଭିନେତା ନ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେ ପ୍ରଥମେ ଏକ ହୋଟେଲରେ କାମ କରୁଥିଲେ। ସେ ତାଜ ହୋଟେଲରେ ଏକ ଶୋ’ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରୁଥିଲେ। ସେଠାରେ ତାଙ୍କୁ ୭୫ଟଙ୍କା ମିଳିଥିଲା। ୧୯୮୮ରେ ସେ ‘ବିଓ୍ବି ହୋ ତୋ ଏସି’ରେ ଅଭିନୟ କରି ବଲିଉଡ ଇଣ୍ଡଷ୍ଟ୍ରିକୁ ଡେବ୍ୟୁ କରିଥିଲେ। ସୁରଜ ବାରଜାତ୍ୟାଙ୍କ ଫିଲ୍ମ ‘ମେନେ ପ୍ୟାର କିଆ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଯେଉଁଥିରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହି ଫିଲ୍ମରେ ତାଙ୍କୁ ୩୧ହଜାର ଟଙ୍କା ମିଳିଥିଲା। ୭୫ଟଙ୍କାରୁ ରୋଜଗାର ଆରମ୍ଭ କରିଥିବା ଭାଇଜାନଙ୍କ ପାଇଁ ୩୫ହଜାର ଟଙ୍କା କେଇଗୁଣା ଅଧିକ ଥିଲା। ଏବେ ସେ ଇଣ୍ଡଷ୍ଟ୍ରିରେ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତା।

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ସେ ମଡେଲ ଭାବରେ ମଧ୍ୟ କାମ କରୁଥିଲେ। ସେ ‘ହିରୋ ହେଣ୍ଡା’ ଓ ‘ବଲ ବୁଲ ସାର୍ଟ’ ବ୍ରାଣ୍ଡରେ ମଡେଲ ଭାବରେ କାମ କରିଛନ୍ତି।
କେବଳ ଫିଲ୍ମ ନୁହେଁ ସଲମାନ ସନ୍ତରଣକୁ ମଧ୍ୟ କ୍ୟାରିଅର ଭାବରେ ବାଛଥିଲେ। ସ୍କୁଲ ସମୟରେ ସେ ସ୍ବିମିଂ ଚାମ୍ପିୟନ ଥିଲେ। ସ୍ବିମିଂ ପ୍ରତିଯୋଗିତାରେ ଭାଗ ନେଇ ସେ ବହୁ ଇଣ୍ଟରନାଶନାଲ ଇଭେଣ୍ଟରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି।

Share