ବଲିଉଡରେ ୨୫ ବର୍ଷ: ଅଭିନୟ କରିବା ପୂର୍ବରୁ ହୋଟେଲରେ କାମ କରୁଥିଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌। ବି ଟାଉନରେ ତାଙ୍କର ଦବଦବା କମ୍‌ ନୁହେଁ। କେତେବେଳେ ସେ ଫ୍ୟାନ୍ସଙ୍କ ପାଇଁ ଦବଙ୍ଗ ପାଲଟି ଯାଆନ୍ତି ତ କେତେବେଳ ମୁନିର ବଦନାମ ପ୍ରେମିକ। ଆଜି ସେହି ବ୍ୟାଚଲର ବୟ ସଲମାନଙ୍କ ଜନ୍ମଦିନ। ବଲିଉଡକୁ ଭେଟି ଦେଉଥିବା ଗୋଟିଏ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ସୁପର ହିଟ୍‌ ହୋଇଥାଏ। ସେ ବଲିଉଡ ଇଣ୍ଡଷ୍ଟ୍ରିର ଅଧିକ ଦରମା ପାଉଥିବା ଅଭିନେତା ଭାବରେ ମଧ୍ୟ ଜଣାଶୁଣା। କେବଳ ଫିଲ୍ମ ନୁହେଁ ବହୁ ବଡ ବଡ ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସଡର ରହିବା ସହ ଲୋକପ୍ରିୟ ଟିଭି ଶୋ ‘ବିଗ ବସ୍‌’ର ହୋଷ୍ଟ ମଧ୍ୟ ଅଟନ୍ତି। ଭାଇଜାନ ବଲିଉଡରେ ୨୫ବର୍ଷ ପୂରଣ କରି ସାରିଛନ୍ତି।

ଭାଇଜାନ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ବି ସେ ତାଙ୍କ ବାପାମାଆଙ୍କ ପାଖରେ ରହୁଛନ୍ତି। ନିଜେ ସଂଘର୍ଷର କରି ପରିଚୟ ସୃଷ୍ଟି କରିଥିବା ଭାଇଜାନଙ୍କ ପ୍ରଥମେ ଅଭିନେତା ନ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେ ପ୍ରଥମେ ଏକ ହୋଟେଲରେ କାମ କରୁଥିଲେ। ସେ ତାଜ ହୋଟେଲରେ ଏକ ଶୋ’ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରୁଥିଲେ। ସେଠାରେ ତାଙ୍କୁ ୭୫ଟଙ୍କା ମିଳିଥିଲା। ୧୯୮୮ରେ ସେ ‘ବିଓ୍ବି ହୋ ତୋ ଏସି’ରେ ଅଭିନୟ କରି ବଲିଉଡ ଇଣ୍ଡଷ୍ଟ୍ରିକୁ ଡେବ୍ୟୁ କରିଥିଲେ। ସୁରଜ ବାରଜାତ୍ୟାଙ୍କ ଫିଲ୍ମ ‘ମେନେ ପ୍ୟାର କିଆ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଯେଉଁଥିରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହି ଫିଲ୍ମରେ ତାଙ୍କୁ ୩୧ହଜାର ଟଙ୍କା ମିଳିଥିଲା। ୭୫ଟଙ୍କାରୁ ରୋଜଗାର ଆରମ୍ଭ କରିଥିବା ଭାଇଜାନଙ୍କ ପାଇଁ ୩୫ହଜାର ଟଙ୍କା କେଇଗୁଣା ଅଧିକ ଥିଲା। ଏବେ ସେ ଇଣ୍ଡଷ୍ଟ୍ରିରେ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତା।

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ସେ ମଡେଲ ଭାବରେ ମଧ୍ୟ କାମ କରୁଥିଲେ। ସେ ‘ହିରୋ ହେଣ୍ଡା’ ଓ ‘ବଲ ବୁଲ ସାର୍ଟ’ ବ୍ରାଣ୍ଡରେ ମଡେଲ ଭାବରେ କାମ କରିଛନ୍ତି।
କେବଳ ଫିଲ୍ମ ନୁହେଁ ସଲମାନ ସନ୍ତରଣକୁ ମଧ୍ୟ କ୍ୟାରିଅର ଭାବରେ ବାଛଥିଲେ। ସ୍କୁଲ ସମୟରେ ସେ ସ୍ବିମିଂ ଚାମ୍ପିୟନ ଥିଲେ। ସ୍ବିମିଂ ପ୍ରତିଯୋଗିତାରେ ଭାଗ ନେଇ ସେ ବହୁ ଇଣ୍ଟରନାଶନାଲ ଇଭେଣ୍ଟରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri