୨୫ ବର୍ଷ ପରେ କରନ୍‌ଙ୍କ ସହ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ କରନ୍‌ ଜୋହର ୨୫ ବର୍ଷ ପୂର୍ବେ ଏକାଠି ଏକ ଫିଲ୍ମ କରିଥିଲେ। ଏହାପରେ ସେମାନେ ଏକ ପ୍ରୋଜେକ୍ଟ କରିବାର ଯୋଜନା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ତେବେ ଏତେ ବର୍ଷ ପରେ ସେମାନେ ଏକାଠି ଥିବା ଏକ ଫିଲ୍ମ ଆସିବାକୁ ଯାଉଛି। ଏନେଇ ଭାଇଜାନ୍‌ ନିଜେ ଫିଲ୍ମର ନାମ ଘୋଷଣା କରି ଖବରକୁ ନିଶ୍ଚିତ କରିଛନ୍ତି। ଭାଇଜାନ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ‘ଦି ବୁଲ୍‌’ ନାମକ ଏକ ଫିଲ୍ମ କରୁଛନ୍ତି। ଏହାପରେ ଦବଙ୍ଗ ଆସିବ, କିକ୍‌ ଆସିବ। ଏହିପରି ୩-୪ଟି ଫିଲ୍ମ ଆସୁଛି। ବିଷ୍ଣୁ ବର୍ଦ୍ଧନ ଏହି ମୁଭିରେ ନିର୍ଦ୍ଦେଶନା ଦେଇଥିବାବେଳେ ପୂର୍ବରୁ କରନ୍‌ ଏକ ସାକ୍ଷାତ୍‌କାରରେ ସେ ‘ଦି ବୁଲ୍‌’ ନାମକ ଏକ ମୁଭିରେ କାମ କରିବା ନେଇ ପ୍ରକାଶ କରିଥିଲେ। ତେବେ ୧୯୯୮ର ସିନେମା ‘କୁଛ୍‌ କୁଛ୍‌ ହୋତା ହୈ’ ପରେ ସଲମାନ୍‌ ଏବଂ କରନ୍‌ଙ୍କୁ ଏବେ ଏକାଠି ଦେଖିବାକୁ ମିଳିବ। ଟାଇଗର ପରେ ଏହା ସଲମାନ୍‌ଙ୍କ ପରବର୍ତ୍ତୀ ମୁଭି ହେବ। ଫିଲ୍ମଟି ନଭେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ।

Share