ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍‌  ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ ଯୋଜନା କରିଥିଲେ। ଖବରଦାତା ସମ୍ମିଳନୀରେ ଗୁରୁବାର ପଞ୍ଜାବ ପୋଲିସ ଏହା ପ୍ରକାଶ କରିଛି। ପୋଲିସ କହିଛି, ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱିତୀୟ ଥର ସଲମାନଙ୍କୁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା। ସଲମାନଙ୍କ ଫାର୍ମହାଉସରେ ହିଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା।

ପୋଲିସ କହିଛି, ସିଦ୍ଧୁ ମୋସଓ୍ବାଲାଙ୍କୁ ହତ୍ୟା କରିବା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଦ୍ୱିତୀୟ ଥର ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପ୍ଲାନ୍‌‘ଏ’ ବିଫଳ ହେବା ପରେ ପ୍ଲାନ୍‌ ‘ବି’ ପ୍ରସ୍ତୁତ କରିଥିଲା। ଗୋଲ୍ଡି ବ୍ରାରଙ୍କ ବ୍ୟତୀତ ଅନ୍ୟ କେହି ଏହି ଯୋଜନାକୁ ଆଗେଇ ନେଉ ନ ଥିଲେ। ସଲମାନଙ୍କୁ ହତ୍ୟା କରିବା ପାଇଁ ଗୋଲ୍ଡି କପିଲ ପଣ୍ଡିତଙ୍କୁ (ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର) ଚୟନ କରିଥିଲେ। ପୋଲିସ ନିକଟରେ କପିଲଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରିଛି।

ପୋଲିସ କହିଛି, ସୁପରଷ୍ଟାର ସଲମାନଙ୍କ ଫାର୍ମହାଉସ ପାନଭେଲରେ ଅଛି। ତେଣୁ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡି ଏବଂ ଅନ୍ୟ ସୁଟରମାନେ ମୁମ୍ବାଇର ଓ୍ବେଜ୍‌ ଅଞ୍ଚଳରେ ପାନଭେଲରେ ଏକ ଭଡ଼ାଘରେ ରହିବାକୁ ଆସିଥିଲେ। ସେ ପୂରା ରାସ୍ତା ଭାଙ୍ଗିବା ପରେ ଏହି କୋଠରିକୁ ଭଡ଼ା ନେଇଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ, ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ଏହି କୋଠରିରେ ପ୍ରାୟ ଦେଢ଼ ମାସ ରହିଥିଲେ।

ତାଙ୍କ ଗ୍ୟାଙ୍ଗ ଜାଣିଥିଲା ଯେ, ସଲମାନଙ୍କ ନାମ ହିଟ୍‌ ଏବଂ ରନ୍‌ ମାମଲାରେ ଆସିବା ପରଠାରୁ ସେ ତାଙ୍କ ଗାଡ଼ିର ବେଗକୁ ବହୁତ କମ୍‌ ରଖନ୍ତି। ସେ ରିକି ସମୟରେ ମଧ୍ୟ ଜାଣିବାକୁ ପାଇଲେ ଯେ, ଯେତେବେଳେ ସଲମାନ ତାଙ୍କ ଫାର୍ମହାଉସକୁ ଆସନ୍ତି, ତାଙ୍କ ପିଏସ୍‌ଓ ଶେରା ତାଙ୍କ ସହିତ ରହିଥାଏ। ତେଣୁ ଏହି ଯୋଜନା ଫେଲ୍‌ ମାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri