ସୁରଜ ବଡଜାତ୍ୟାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ଏବେ ଟେଲିଭିଜନ ରିୟଲଟି ଶୋ’ ବିଗ ବସ ୧୬ ସହ ତାଙ୍କ ଅପକମିଂ ମୁଭିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । କିଛିଦିନ ତଳେ ସଲମାନ ମୁଭି ‘ଟାଇଗର ୩’ ଓ ‘କିସି କା ଭାଇ କିସିକା ଜାନ’କୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ହେଲେ ଏମିତି ଏକ ମୁଭି ଥିଲା ଯେଉଁଥିରେ ସଲମାନ ଅଭିନୟ କରିବାକୁ ଚାହାଁଥିଲେ ହେଲେ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ତାଙ୍କୁ ଏହି ଫିଲ୍ମରେ ନେଇ ନ ଥିଲେ । ଏହା ଜାଣିବା ପରେ ସଲମାନଙ୍କ ପ୍ରଶଂସକଙ୍କ ମନରେ ସାମାନ୍ୟ ନିରାଶା ଭାବ ପ୍ରକାଶ ପାଇଛି ।
ଅମିତାଭ ବଚ୍ଚନ, ବୋମନ ଇରାନି, ନିନା ଗୁପ୍ତା, ପରିଣିତି ଚୋପ୍ରା ଓ ଅନୁପମ ଖେରଙ୍କ ମୁଭି ‘ଉଁଚାଇ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହାର ଟ୍ରେଲର ଭିଡିଓକୁ ଦେଖି ପ୍ରଶଂସକ ଖୁବ୍ ଖୁସି ହୋଇ ଯାଇଛନ୍ତି । ଏହି ଟ୍ରେଲର ଲଞ୍ଚ ସମୟରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ବଲିଉଡ ଭାଇଜାନ ସଲମାନଙ୍କୁ ନେଇ ବଡ କଥା କହିଛନ୍ତି । ସେ କହିଛନ୍ତି ସଲମାନ ଖାଁ ‘ଉଁଚାଇ’ରେ କାମ କରିବାକୁ ଚାହୁଁଥିଲେ ହେଲେ ମୁଁ ତାଙ୍କୁ ମନା କଲି । କାରଣ ଏହି ମୁଭିରେ ମୁଁ ସମ୍ପୂର୍ଣ୍ଣ ଅଲଗା କାଷ୍ଟ କରିବାକୁ ଚାହୁଁଥିଲି । ବଡଜାତ୍ୟା କହିଥିଲେ ମୁଁ ଏହି ମୁଭିରେ ଏମିତି ଷ୍ଟାରଙ୍କୁ ନେବାକୁ ଚାହୁଁଥିଲି ଯେଉଁମାନେ ପାହାଡ ଚଢି ପାରିବେ ନାହିଁ । ହେଲେ ସଲମାନ ତ ପାହାଡ ଚଢିଯିବେ । ସେଥିପାଇଁ ମୁଁ ତାଙ୍କୁ ମନା କରିଥିଲି ।
ସୂଚନାଯୋଗ୍ୟ, ସଲମାନ ଖାଁ ଓ ସୁରଜ ବଡଜାତ୍ୟାଙ୍କ ମୁଭି ବଲିଉଡରେ ଖୁବ୍ ଚର୍ଚ୍ଚା ସାଉଁଟିଥାଏ । ଏହି ଯୋଡିଙ୍କ ମୁଭି ହମ ଆପକେ ହୈ କୌନ ଓ ମେନେ ପ୍ୟାର କିୟା ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ସୁରଜ ବଡଜାତ୍ୟାଙ୍କ ଫିଲ୍ମ ଚଳିତ ବର୍ଷ ୧୧ ନଭେମ୍ବରରେ ରିଲିଜ୍ ହେବାର ଯୋଜନା ରହିଛି ।

Share