ଐଶ୍‌ଙ୍କ ଉପରେ ହାତ ଉଠାଇ ଦେଉଥିଲେ ସଲମାନ୍‌, ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ କରୁଥିଲେ ସନ୍ଦେହ

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ପ୍ରେମ କାହାଣୀ ଭିତରୁ ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଅନ୍ୟତମ। ଏକ ସମୟରେ ସେମାନଙ୍କ ବ୍ରେକ୍‌ଅପ୍‌ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା। ପରଦାରେ ହିଟ୍‌ ଥିବା ଏହି ଯୋଡି କାହିଁକି ଅଲଗା ହେଲେ ତାହା ଜାଣିବାକୁ ସମସ୍ତେ ଚାହିଁ ରହିଥିଲେ। ଏନେଇ ଉଭୟ କଳାକାର ଭିନ୍ନ ଭିନ୍ନ କଥା କହି ପରସ୍ପର ଉପରେ ଦୋଷାରୋପ କରିଥିଲେ।

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟାଙ୍କୁ ସଲମାନଙ୍କଠାରୁ ଅଲଗା ହେବାର କାରଣ ପଚରା ଯାଇଥିଲା। ଏହାର ଜବାବରେ ସେ ଦବଙ୍ଗ ଖାନ୍‌ଙ୍କ ଉପରେ ଏକାଧିକ ଅଭିଯୋଗ କରିଥିଲେ। ସମ୍ପର୍କ ଛିନ୍ନ ହେବା ପରେ ମଧ୍ୟ ସଲମାନ୍‌ ଐଶ୍‌ଙ୍କୁ ଫୋନ୍‌ କରି ଫାଲତୁ କଥା କହୁଥିଲେ। ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ ସେ ସନ୍ଦେହ ମଧ୍ୟ କରୁଥିଲେ। ଅଭିଷେକ ବଚ୍ଚନଙ୍କଠାରୁ ଆରମ୍ଭ କରି ଶାହରୁଖ ଖାନ୍‌ ପର୍ଯ୍ୟନ୍ତ ସମସ୍ତଙ୍କ ସହ କାମ କରିଥିଲେ ଐଶ୍‌। ଏଣୁ ତାହା ଆଘାତ ଦେଉଥିଲା। ଅନେକ ଥର ସଲମାନ ତାଙ୍କ ଉପରେ ହାତ ଉଠାଇ ଦେଉଥିଲେ। ତଥାପି ଐଶ୍‌ ସେହିଭଳି ଶୁଟିଂ କରିବାକୁ ଯାଉଥିଲେ। କେବଳ ଦାଗ ନ ହେବା ଯୋଗୁ ସେ ଲୋକଲଜ୍ଜାରୁ ରକ୍ଷା ପାଉଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri