ନ୍ୟୁୟର୍କରେ ବିବାଦୀୟ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ

ନ୍ୟୁୟର୍କ,୧୨।୮: ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଚର୍ଚ୍ଚିତ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ଼ ହୋଇଛି। ବକ୍ତୃତା ଦେବାକୁ ସେ ଯାଉଥିବା ବେଳେ ଷ୍ଟେଜ୍‌ରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ସେ ତଳେ ପଡ଼ିଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି।

୭୫ ବର୍ଷୀୟ ଲେଖକ ରସିଦ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ୨୦ ବର୍ଷ ଧରି ଆମେରିକାରେ ରହି ଆସୁଛନ୍ତି। ୧୯୮୦ରେ ତାଙ୍କ ବହି ‘ଦି ସାଟାନିକ ଭର୍ସେସ’ ଲାଗି ବିବାଦକୁ ଆସିଥିଲେ। ଏହି ବହିକୁ ଇସଲାମ ଧର୍ମ ବିରୋଧୀ ଦର୍ଶାଇ ୧୯୮୮ରୁ ଇରାନରେ ନିଷିଦ୍ଧ କରାଯାଇଛି। ଏହାକୁ ନେଇ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ତେବେ ୩୩ ବର୍ଷ ପରେ ଶୁକ୍ରବାର ତାଙ୍କୁ ଛୁରାମାଡ ହେବା ଅନେକଙ୍କୁ ଚକିତ କରିଛି।

Share