ନିଜପରି ବନ୍ଧୁଙ୍କୁ ଅବିବାହିତ ରଖିବାକୁ ଚାହୁଁଥିଲେ ସଲମାନ୍‌: ବନ୍ଧୁଙ୍କ ବିବାହ ସମୟରେ କାନରେ କହିଥିଲେ ଏହା…

ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ସଲମାନ୍‌ଙ୍କ ବିବାହକୁ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତିମଧ୍ୟରେ ସେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ନିକଟରେ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମ ‘ହାଉସଫୁଲ’ର ପ୍ରମୋଶନ କରିବାକୁ ସାଜିଦ ନାଦିଓ୍ବାଦଓ୍ବାଲ ପହଞ୍ଚିଥିଲେ। ଏହି ଅବସରରେ ସେ ସଲମାନ୍‌ଙ୍କ ବିବାହ ବିଷୟରେ କଥା ହୋଇଥିଲେ।
ସାଜିଦ କହିଥିଲେ ଯେ, ଯେତେବେଳେ ସେ ବିବାହ କରୁଥିଲେ ସଲମାନ୍‌ ଷ୍ଟେଜ୍‌ ଉପରକୁ ଯାଉ ତାଙ୍କୁ ବିବାହ କରିବାକୁ ମନା କରିଥିଲେ। ନ ହେଲେ ପରେ ଅନୁତାପ କରିବାକୁ ପଡ଼ିବ। ବାହାରେ କାର ଥୁଆ ହୋଇଛି, ଚାଲ ପଳାଇବା ବୋଲି ସଲମାନ୍‌ ତାଙ୍କୁ କହିଥିଲେ।

Share