‘ଅନ୍ତିମ’ର ପ୍ରମୋଶନ କରିବେ ନାହିଁ ସଲମାନ

ମୁ୍‌ମ୍ବାଇ: ବଲିଉଡ୍ ଦବଙ୍ଗ ଖାଁ ସଲମାନ କିଛିଦିନ ମଧ୍ୟରେ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ନଭେମ୍ବର ୨୬ରେ ରିଲିଜ୍ ହେବ । ଏଥିରେ ଅଭିନୟ ପାଇଁ ସଲମାନ ଖୁବ୍ ପରିଶ୍ରମ କରିଥିଲେ ବି ଏବେ ସେ ଏହାର ପ୍ରମୋଶନ କରିବେ ନାହିଁ ବୋଲି କହିଛନ୍ତି । ଫିଲ୍ମରେ ସଲମାନଙ୍କ ସହ ତାଙ୍କ ଭିଣୋଇ ଆୟୁଷ ଶର୍ମା ଓ ମହିମା ମକୱାନାଙ୍କୁ ଦେଖିବାକୁ ମିଳିବ । ନିକଟରେ ସଲମାନ ଏକ ଟୁଇଟ୍ କରି କହିଛନ୍ତି ଫିଲ୍ମର ପ୍ରମୋଶନ ଦାୟିତ୍ୱ ମୁଁ କିଛି ବିଶେଷ ଲୋକଙ୍କ ହାତରେ ଦେଇଛି । ତେଣୁ ମୁଁ ଫିଲ୍ମର ପ୍ରମୋଶନ କରିବି ନାହିଁ । ଏକ ଟୁଇଟରେ ସେ ଲେଖିଛନ୍ତି ଫିଲ୍ମ ଅନ୍ତିମ: ଦ ଫାଇନାଲ ଟ୍ରୁଥର ପ୍ରମୋଶନ ଦାୟିତ୍ୱ ମୁଁ ମୋ ପ୍ରଶଂସକଙ୍କ ଉପରେ ଦେଉଛି । ଆଉ ଏତିକି ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇ ଏହାର ପ୍ରମୋଶନରେ ଲାଗି ପଡିଛନ୍ତି । ଫିଲ୍ମଟି ମହେଶ ମାଞ୍ଜେରେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ସଲମାନ ଖାଁ ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି । ସଲମାନ ଖାଁଙ୍କ ଫିଲ୍ମସ ଦ୍ୱାରା ଏହା ପ୍ରସ୍ତୁତ କରାଯାଉଛି । ତେବେ ଫିଲ୍ମର ପ୍ରମୋଶନ ପାଇଁ ଖୁବଶୀଘ୍ର ସଲମାନ ଦ କପିଲ ଶର୍ମା ଶୋ’କୁ ଆସିବାକୁ ପ୍ରସ୍ତୁତ ଥିବା କୁହାଯାଉଛି ।

Share