ଫିଲ୍ମ‘ଅନ୍ତିମ’ର ପ୍ରମୋଶନ ପାଇଁ ଗାନ୍ଧି ଆଶ୍ରମ ଗଲେ ଭାଇଜାନ୍‌

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ ସଲମାନ ଖାନ ପ୍ରଥମ ଥର ପାଇଁ ଆୟୁଷ ଶର୍ମାଙ୍କ ସହ ନଜର ଆସିଛନ୍ତି । ତେବେ ସଲମାନ ଜୋରସୋରରେ ଏହାର ପ୍ରମୋଶନ କରୁଛନ୍ତି। ଏଥିପାଇଁ ସଲମାନ ଖାନ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଯେଉଁଠି ସେ ଗାନ୍ଧି ଆଶ୍ରମକୁ ଯାଇ ଚରଖା ଚଲାଉଥିବାର ନଜର ଆସିଛନ୍ତି।

ତେବେ ସେ ପାଖାପାଖି ୧୫ ମିନିଟ୍‌ ଯାଏ ସେଠାରେ ରହିଥିଲେ । ଏକଦମ ପାରମ୍ପରିକ ଅନ୍ଦାଜରେ ତାଙ୍କର ସ୍ବାଗତ କରାଯାଇଥିଲା ।  ସେଠାରେ ସଲମାନ ଭିଜିଟର ବୁକ୍‌ରେ ଏକ ଖାସ ସନ୍ଦେସ ଲେଖିଥିଲେ ଯେ, ‘ମତେ ଏଠାକୁ ଆସି ବହୁତ ଭଲ ଲାଗିଲା। ଏହି ସମୟକୁ ମୁଁ କେବେ ଭୁଲି ପାରିବି ନାହିଁ । ମତେ ପ୍ରଥମ ଥର ଏଠାକୁ ଆସିବାର ସୁଯୋଗ ମିଳିଛି’ । ତାଙ୍କର ଏଭଳି ପୋଷ୍ଟ ଏବେ ବେଶ୍‌ ଭାଇରାଲ ହେଉଛି।

Share